www.samajalive.in
Monday, December 8, 2025
20.1 C
Bhubaneswar

କର୍ମଚାରୀଙ୍କ ଦରମା ହ୍ରାସ ଲାଗି କେରଳ ସରକାର ଆଣିବେ ଅଧ୍ୟାଦେଶ

ତିରୁଭନନ୍ତପୁରମ : କରୋନା ମୁକାବିଲା ପାଇଁ ଅର୍ଥ ଆବଶ୍ୟକତା ଦୃଷ୍ଟିରୁ କେରଳ ସରକାର କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ଅଧ୍ୟାଦେଶ ଆଣିବେ । କର୍ମଚାରୀଙ୍କ ଦରମା ହ୍ରାସ ନିଷ୍ପତି ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇଥିବାରୁ ସରକାର ଏଭଳି ପଦକ୍ଷେପ ନେଉଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ କରୋନା ମୁକାବିଲା ପାଇଁ ରାଜ୍ୟରେ ଅର୍ଥର ଆବଶ୍ୟକତା ରହିଛି। ସେଥିପାଇଁ କର୍ମଚାରୀଙ୍କ ଦରମା କାଟିବାକୁ ସରକାର ନିଷ୍ପତି ନେଇଥିଲେ । କିନ୍ତୁ ଏହା ଉପରେ କେରଳ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏ ସଂପର୍କରେ ଅଧ୍ୟାଦେଶ ଆଣିବାକୁ ନିଷ୍ପତି ନେଇଛନ୍ତି । ଏ ନେଇ କ୍ୟାବିନେଟରେ ହୋଇଥିବା ନିଷ୍ପତି  ସଂପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଟି ଏମ ଥୋମସ ଆଇଜାକ। ଅଧ୍ୟାଦେଶ ବଳରେ ରାଜ୍ୟ ସରକାର କର୍ମଚାରୀଙ୍କ ଦରମାର ୨୫ ପ୍ରତିଶତ ବିପର୍ଯ୍ୟୟ ପରିସ୍ଥିତିରେ କାଟିପାରିବେ ।

- Advertisement -

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories