www.samajalive.in
Monday, December 8, 2025
27.1 C
Bhubaneswar

ତିନି ବାପ-ମା’ ଛେଉଣ୍ଡ ଶିଶୁଙ୍କ ପାଖରେ ପହଞ୍ଚିଲା ‘ସମାଜ’ ରିଲିଫ

ଖୋର୍ଦ୍ଧା : ଅଭାବ ଅନଟନ କିମ୍ବା ସ୍ବାମୀ ସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ରାଗ, ଅଭିମାନ ଏବଂ ପଶ୍ଚାତ୍ତାପରେ ଆଗ ପଛ ହୋଇ ଆତ୍ମହତ୍ୟା କରିଥିଲେ ଦମ୍ପତି। ଫଳରେ ଅନାଥ ହୋଇଗଲେ ଦୁଇ ନାବାଳିକା ଏବଂ ଜଣେ ନାବାଳକ। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ପଞ୍ଚାୟତର ବଣିଆଟାଙ୍ଗୀ ଗ୍ରାମର ଏହି ବାପ, ମା’ ଛେଉଣ୍ଡ ଶିଶୁଙ୍କ ପାଖରେ ବୁଧବାର ପହଞ୍ଚିଛି ‘ସମାଜ’ ରିଲିଫ୍‌। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ପହଞ୍ଚି ଶିଶୁମାନଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରି ସ୍ଥାନୀୟ ସରପଞ୍ଚ ଓ ଶିଶୁମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ସେ ଶିଶୁମାନଙ୍କୁ ଆଶ୍ୱାସନା ଦେବା ସହ ସମାଜ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏବେ ମୃତ ଏହି ଦମ୍ପତିଙ୍କ ୧୬ବର୍ଷର ଝିଅ ସୁସ୍ମିତା ଯୁକ୍ତ ଦୁଇ, ୧୨ବର୍ଷର ସ୍ବୟଂପ୍ରଭା ସପ୍ତମ ଏବଂ ୭ବର୍ଷର ପୁଅ ଦେବେନ୍ଦ୍ର ପଞ୍ଚମ ଶ୍ରେଣୀରେ ପଢୁଛନ୍ତି। ଏଇ ତିନି କୋମଳମତି ଶିଶୁଙ୍କୁ ‘ସମାଜ’ ସହଯୋଗ କରିବା ଘଟଣାକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି। ଡ. ଆଚାର୍ଯ୍ୟଙ୍କ ସହ ବାଜପୁର ସରପଞ୍ଚ କେଦାରେଶ୍ୱର ପୃଷ୍ଟି, ସମାଜସେବୀ ଅକ୍ଷୟ କୁମାର ଦାଶ, ସମାଜର ଖୋର୍ଦ୍ଧା ପ୍ରତିନିଧି ରାମନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories