ଲୋଇସିଂହା : କରୋନାର ଭୟାବହତା ସମୟରେ ଅଞ୍ଚଳବାସୀଙ୍କୁ ନିୟମିତ ଭାବରେ ‘ସମାଜ’ ଖବର କାଗଜ ଯୋଗାଉଥିବା ବିତରକ ମଧୁ ଚନ୍ଦନଙ୍କୁ ଲୋଇସିଂହା ବିଜେପି ମଣ୍ଡଳ (୩୪ ନମ୍ବର ଜିଳ୍ଳାପରିଷଦ)ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମଣ୍ଡଳ ସାଧାରଣ ସଂପାଦକ ପୁରୁଷୋତ୍ତମ ମେହେର, ପଞ୍ଚାୟତ ପ୍ରମୁଖ ଚୁଡାମଣି ରଣା, ରାଜେନ୍ଦ୍ର ମହାକୁରଙ୍କ ଉପସ୍ଥିତିରେ ଲୋଇସିଂହା ବ୍ଳକ ସାଂସଦ ପ୍ରତିନୀଧି ବାଳକୃଷ୍ଣ ଧରୁଆ ଶ୍ରୀ ଚନ୍ଦନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।



