www.samajalive.in
Monday, December 8, 2025
20.1 C
Bhubaneswar

ବାଣ ଫୁଟା ନେଇ କଟକଣା ; ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କଟକ : ଦୀପାବଳିରେ ସୁରକ୍ଷିତ ବାଣ ଫୁଟା ନେଇ କମିଶନରେଟ୍‍ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୨୫ ଡେସିବେଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଚାଇନା ବାଣ ମାଳ ଅବସ୍ଥାରେ ଫୁଟାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଡାକ୍ତରଖାନା , ଶିକ୍ଷାନୁଷ୍ଠାନ ଓ କୋର୍ଟ ପାଖରେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବା ଏବଂ ଜନବସତିଠାରୁ ଦୂରରେ ଖୋଲା ପଡ଼ିଆରେ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଛି।
ତେବେ ସୁରକ୍ଷିତ ଓ ନିରାପଦ ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।  କଟକ ସହରରେ ୪ଟି ଅସ୍ଥାୟୀ ଦମକଳ କେନ୍ଦ୍ର ଖୋଲାଯାଇଛି। ଖାନନଗର ସ୍କୁଲ ପରିସର, କଲେଜଛକ, ଶିଶୁ ଭବନ ନିକଟରେ ଏବଂ ଗୌରୀଶଙ୍କର ପାର୍କ ନିକଟରେ ଅସ୍ଥାୟୀ ଦମକଳ କେନ୍ଦ୍ର ଖୋଲାଯାଇଛି। ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଦମକଳ କେନ୍ଦ୍ରରେ ୧୨ ଜଣ ଅଫିସର ଓ ୮୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ତେବେ ବାଣଫୁଟା ସମୟରେ କିଛି ଅଘଟଣ ଘଟିି ନିଆଁ ଳାଗିଲେ କ’ଣ କରିବେ?

ତୁରନ୍ତ କଣ୍ଟ୍ରୋଲ ରୁମ୍‍ ୧୦୧କୁ ଫୋନ୍‍ କରନ୍ତୁ। ଏହାବ୍ୟତୀତ ବକ୍ସି ବଜାର ସ୍ଥିିତ ସ୍ଥାୟୀ ଦମକଳ କେନ୍ଦ୍ର : ୦୬୭୧-୨୩୦୬୧୦୧, ମର୍କତ ନଗର କେନ୍ଦ୍ର : ୦୬୭୧-୨୩୬୬୧୦୧ ଏବଂ ଚାଉଳିଆଗଞ୍ଜ କେନ୍ଦ୍ରକୁ ୦୬୭୧-୨୩୪୩୩୩୧ ନମ୍ବରରେ ଯୋଗାଯୋଗ କରନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories