www.samajalive.in
Monday, December 8, 2025
20.1 C
Bhubaneswar

ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଡମପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଞ୍ଚାଳିତ ହେଉଥିବା ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଡମପଡା ପଞ୍ଚାୟତ ସ୍ତରୀୟ ମହାସଂଘ ସଞ୍ଚାଳନରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର କଟକ ସ୍ଥିତ ଇକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ୧୦ଦିବସୀୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଡମପଡା ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଛି। ୩୨ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଧୁପକାଠି, ଫିନାଇଲ, ଉଜାଲା, ତୈଳ ସାବୁନ ଆଦି ପ୍ରସ୍ତୁତ କରିବା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ରୋଜଗାରକ୍ଷମ ହେବାର ପ୍ରକ୍ରିୟା ପ୍ରଦାନ କରାଯାଇଛି। ଇକୋ ଆରସେଟିର ନିର୍ଦ୍ଦେଶକ ଉମାକାନ୍ତ ଜେନା ଓ ପ୍ରଶିକ୍ଷକ ଅସୀତ କୁମାର ମହାନ୍ତି ଏହି ପ୍ରଶିକ୍ଷଣ ଦେଇ ଗ୍ରାମୀଣ ଆତ୍ମ ନିଯୁକ୍ତି ସଂକ୍ରାନ୍ତରେ ଶିବିରାର୍ଥୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ ଜ୍ୟୋସ୍ନାରାଣୀ ବେହେରା,ଏମବିକେ ରେଖା ଦାସ ଓ ସିଆରପି ମାନେ ଏହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସରପଞ୍ଚ ଦେବେନ୍ଦ୍ର ଧଳସାମନ୍ତ, ବ୍ଲକ କାର୍ୟ୍ୟକ୍ରମ ଅଧିକାରୀ ବିଭୁ ପ୍ରସାଦ ପାଢୀ ଯୋଗଦେଇ ଉଦ୍ଦ୍ୟାପନୀ ଦିବସରେ ଶିବିରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହି ୧୦ଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଘରୋଇ ଧୂପକାଠି ପ୍ରସ୍ତୁତି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବାରୁ ପ୍ରଶିକ୍ଷାର୍ଥୀ ମାନେ ଘରେ ରହି ରୋଜଗାର କ୍ଷମତା ବଢାଇ ପାରିବେ ବୋଲି ନିଜର ଆତ୍ମ ବିଶ୍ୱାସ ପ୍ରକାଶ କରିଥିବା ଜଣାପଡିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories