www.samajalive.in
Monday, December 8, 2025
27.1 C
Bhubaneswar

ହୋଟେଲରେ ଚାଲିଥିଲା ଜୁଆ ଖେଳ; ପୁଲିସର ଚଢ଼ାଉ, ୧୨ ଜୁଆଡ୍ଡି ଗିରଫ

ରାଉରକେଲା: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୨  ଜୁଆଡ୍ଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ ଲକ୍ଷରୁ ଅଧିକ ଟଙ୍କା, କାର୍‌ ଓ ୧୫ଟି ମୋବାଇଲ୍‌ ଫୋନ ଜବତ ହୋଇଛି। ଗିରଫ ହୋଇଥିବା ୧୨ ଅଭିଯୁକ୍ତ ହେଲେ ସୁଭକାନ୍ତ ବେହାରା , ସରୋଜ ଅଗ୍ରଓ୍ବାଲ, ରାଜି ଅଗ୍ରଓ୍ବାଲ, ପିଟର, ଲଖନ ମିନଜ, ଦିନେସ ଯଇସୁଆଲ,ସରେଶ ସାହୁ, ସୁଦ୍ଧିର, ସଙ୍କାରିଆଲ ସାହୁ, ଧର୍ମେନ୍ଦ୍ର ଶର୍ମା, ନଗରମଲ ଅଗ୍ରଓ୍ବାଲ ଓ ବିଜୟ ବେହେରା ।

ସୂଚନା ଅନୁଯାୟୀ, ଷ୍ଟେସନ ନିକଟର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡ ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା । ଖବର ପାଇ ପୁଲିସ ତୁରନ୍ତ ଏକ ହୋଟେଲରେ ଚଢାଉ କରି ୧୨ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ପଖରୁ ୧୨ଲକ୍ଷ ୨୭ହଜାର ୫୦୦ ନଗଦ ଟଙ୍କା, ଦୁଇଟି କାର, ୧୫ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ବିରାମିତ୍ରପୁର, କାଁସବାହଲ ସହ ରାଉରକେଲା ଅଂଚଳର ପ୍ରତିଷ୍ଠିତ ବ୍ୟବସାୟୀ ଥିବା ସୂଚନା ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories