www.samajalive.in
Monday, December 8, 2025
27.1 C
Bhubaneswar

ଡୋଭାଲଙ୍କ ପୁଅଙ୍କୁ କ୍ଷମା ମାଗିଲେ କଂଗ୍ରେସର ଏହି ବରିଷ୍ଠ ନେତା; ଜାଣନ୍ତୁ କ’ଣ ରହିଛି କାରଣ ?

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ୨୦୧୯ରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାନହାନି ମାମଲାରେ ଜୟରାମ ବିବେକଙ୍କୁ କ୍ଷମାପ୍ରାର୍ଥନା ପତ୍ର ପଠାଇଛନ୍ତି, ଯାହାକୁ ବିବେକ ଗ୍ରହଣ କରିଛନ୍ତି।

ଗତବର୍ଷ ଏକ ମାଗାଜିନ ପକ୍ଷରୁ ବିବେକଙ୍କୁ ଅପମାନିତ କଲା ଭଳି ଏକ ଆର୍ଟିକଲ ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସ ନେତା ଜୟରାମ ରମେଶ ଉକ୍ତ ଆର୍ଟିକଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିବେକଙ୍କ ବିରୋଧରେ ସମାନ ଅପମାନସୂଚକ ମନ୍ତବ୍ୟକୁ ଦୋହରାଇଥିଲେ। ଏହା ପରେ ବିବେକ ଜୟରାମ ରମେଶ ଏବଂ ଉକ୍ତ ମାଗାଜିନ ବିରୋଧରେ ଦିଲ୍ଲୀର ଏକ କୋର୍ଟରେ ମାନହାନି ମକଦ୍ଦମା ରୁଜୁ କରିଥିଲେ।

- Advertisement -

ଜୟରାମ ଶନିବାର ବିବେକଙ୍କୁ ପଠାଇଥିବା କ୍ଷମାପତ୍ରରେ ଲେଖିଛନ୍ତି, ୨୦୧୯ରେ ନିର୍ବାଚନୀ ବାତାବରଣ ଉଷ୍ମ ଥିବାବେଳେ ମୁଁ ବିବେକ ଡୋଭାଲଙ୍କ ବିରୋଧରେ ମନ୍ତବ୍ୟ ଦେବା ସହିତ ଅନେକ ଅଭିଯୋଗ ଆଣିଥିଲି। ମୋର ଏହି ମନ୍ତବ୍ୟକୁ ମୁଁ ନିଶ୍ଚୟ ଯାଞ୍ଚ କରିବି ବୋଲି ଜୟରାମ ଉଲ୍ଲେଖ କରିଛନ୍ତି। ଏହା ପରେ ବିବେକ କହିଛନ୍ତି, ଜୟରାମ ରମେଶ ଏକ କ୍ଷମାପତ୍ର ଦେଇଛନ୍ତି ଏବଂ ତାହାକୁ ସେ ଗ୍ରହଣ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories