ରାଉରକେଲା : କୋଭିଡ ଗାଇଡ ଲାଇନ ଉଲଂଘନ ଅଭିଯୋଗରେ ରାଉରକେଲା ସେକ୍ଟର-୪ରେ ଥିବା ମଧୁବନ ରେଷ୍ଟୁରାଂଟକୁ ସିଲ୍ କରିଛି ପ୍ରଶାସନ। ପରବର୍ତ୍ତି ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ବଳବତର ରହିବ ବୋଲି ଜଣାପଡ଼ିଛି। ମହମାରୀ କରେନାକୁ ନେଇ ଲକଡାଉନ ପାଇଁ ରେଷ୍ଟୁରାଂଟ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ତେବେ ଅନଲକ-୧ରେ ରେଷ୍ଟୁରାଂଟ ଖୋଲିବାକୁ ଦେଇଥିଲେ ସରକାର। ଏଠାରେ ବସି ଖାଇହେବ ନାହିଁ, କେବଳ ପାର୍ସଲ କରିହେବ ବୋଲି ଗାଇଲାଇନ ଜାରି କରାଯାଇଥିଲା। ଏହି ରେଷ୍ଟୁରାଂଟ ନିୟମ ଉଲଂଘନ କରିବା ନେଇ ଅଭିଯୋଗ ଆସିଥିଲା। ଫଳରେ ଆଜି ଆରଏମସି, ଆରସପିରର ବିଭାଗୀୟ ଅଧିକାରୀଙ୍କ ସହିତ ସେକ୍ଟର-୩ ଥାନା ପୁଲିସ ଚଢାଉ କରି ଏହି ରେଷ୍ଟୁରାଂଟକୁ ସିଲ୍ କରିଥିବା ଜଣାପଡ଼ିଛି।
Popular Categories



