www.samajalive.in
Monday, December 8, 2025
27.1 C
Bhubaneswar

ମନ୍ଥର ଗତିରେ ଚାଲିଛି ରାଜ୍ୟ ରାଜପଥ କାର୍ଯ୍ୟ, ମୁଖ୍ୟ ସଡକରେ ଅସହ୍ୟ ଦୁର୍ଗନ୍ଧ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ରାଜ୍ୟ ରାଜପଥ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କଲ୍ୟାଣସିଂହପୁର ମୁଖ୍ୟ ସଡକରେ ଅସହ୍ୟ ଦୁର୍ଗନ୍ଧ । ଜେକେପୁରଠାରୁ ସିକରପାଇ ପର୍ଯ୍ୟନ୍ତ ରାଜ୍ୟ ରାଜପଥ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶିକରପାଇଠାରୁ କଲ୍ୟାଣସିଂହପୁର ବ୍ଲକ ପର୍ଯ୍ୟନ୍ତ ରାଜ୍ୟ ରାଜପଥ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଶିକରପାଇ ଠାରୁ କଲ୍ୟାଣସିଂହପୁର କାଳୀସୁନ୍ଦରୀ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟ ହୋଇଥିବା ବେଳେ ସେହିଠାରୁ ସଦର ବ୍ଲକ ପର୍ଯ୍ୟନ୍ତ ରାସ୍ତା କାମ କରିବାକୁ ବିଳମ୍ବ ହେଉଛି। ଯାହାଫଳରେ କଲ୍ୟାଣସିଂହପୁର ମୁଖ୍ୟ ସଡକରେ ଖାଲଖମା ହୋଇ ରହିଥିବା ବେଳେ ଡ୍ରେନପାଣି ରାସ୍ତା ଉପରେ ଚାଲୁଛି । ଟିକିଏ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଥିବାରୁ ଯାତାୟତର ବାଧାସୃଷ୍ଟି ହେବା ସହ ଖାଲରେ ଗାଡିପଶି ଛୋଟବଡ ଦୃଘଟଣା ହେଉଥିବା ନଜରକୁ ଆସୁଛି । ରାସ୍ତାରେ ପାଣି ଜମିରହି ଦୁର୍ଗନ୍ଧ ହେଉଛି । ରାଜ୍ୟ ରାଜପଥ କାର୍ୟ୍ୟ କରିବାକୁ ପ୍ରାୟ ୫ ମାସହେବ ତହସିଲଦାରଙ୍କ ପକ୍ଷରୁ ସମସ୍ତ ଘର ଓ ଦୋକାନୀମାନଙ୍କୁ ନୋଟିସଦେଇ ନିଜନିଜର ଘରଗୁଡିକ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ । ନିର୍ଦେଶ ପରେ କିଛିଲୋକ ଘର ଭାଙ୍ଗିଥିବାବେଳେ କିଛିଲୋକ ଭାଙ୍ଗି ନଥିବାରୁ ରାସ୍ତା କାମ କରିବାକୁ ବାଧାସୃଷ୍ଟି ହେଉଛି ।

ଅନ୍ୟପଟେ ବିଦ୍ୟୁତ ବିଭାଗ ରାସ୍ତା କଡର ବିଦ୍ୟୁତ ଖୁଣ୍ଟ ଗୁଡିକ ବାହାର କରୁନଥିବା ବେଳେ ଅନ୍ୟପଟେ ଜଳ ଓ ପରିମଳ ବିଭାଗ ତରଫରୁ ନୁତନ ପାଇପ ଲାଇନ କାର୍ୟ୍ୟ କରୁନାହିଁ । ଏହି ଦୁଇ ବିଭାଗର ନିଜନିଜର କାର୍ୟ୍ୟ ସଠିକଭାବେ ନକରି ପୁର୍ତ୍ତିବିଭାଗକୁ ସହଯୋଗ କରୁନଥିବାରୁ ରାଜ୍ୟ ରାଜପଥ କାମଟି ଦିନକୁ ଦିନ ବିଳମ୍ବ ହେଉଥିବା ପୁର୍ତ୍ତି ବିଭାଗର ଯନ୍ତ୍ରୀ ରାଜିବ କୁମାର ବେହେରା ସୂଚନା ଦେଇଛନ୍ତି। ବ୍ଲକ କାର୍ୟ୍ୟାଳୟଠାରୁ ଉଭୟ ପାର୍ଶ୍ୱରେ ଡ୍ରେନ କାମ ଚାଲୁଥିବା ବେଳେ କିଛି ଯାଗାରେ ପୁରଣା ପାଇପ ଲାଇନ ଫାଟିଯିବ ବୋଲି କାର୍ୟ୍ୟ କରୁଥିବା କର୍ମଚାରିକୁ ଗାଳିଗୁଲଜ କରୁଥିବାରୁ କାମଟି ବନ୍ଦହେଉଛି । ଅନ୍ୟପଟେ ରାସ୍ତାର ଗଛକାଡିବାକୁ ହେଲେ ବିଦ୍ୟୁତ ଖୁଣ୍ଟ ପଡିଯିବ ବୋଲି ବିଦ୍ୟୁତ କର୍ମଚାରି ମାନେ ମନା କରୁଥିବାରୁ ଡ୍ରେନ କାମଟି ବିଳମ୍ବ ହେଉଛି । ଏଥିପ୍ରତି ଜିଲା ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହୋଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories