www.samajalive.in
Monday, December 8, 2025
17.1 C
Bhubaneswar

ବର୍ଷକରେ ୧୬୦ ମାଓବାଦୀଙ୍କ ମୃତ୍ୟୁ: ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧,​ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ

ଭୁବନେଶ୍ବର: ପ୍ରେସ ରିଲିଜରେ ମାଓ ସଂଗଠନ ପକ୍ଷରୁ ମାଓ ସଂଗଠନ ପକ୍ଷରୁ ମାଓ ମୃତ୍ୟୁ ନେଇ ତଥ୍ୟ। ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୃତ୍ୟୁ-ମାଓ ସେଣ୍ଟ୍ରାଲ କମିଟି। ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ। ବର୍ଷକ ଭିତରେ କେବଳ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ ସୂଚନା
ଗତ ବର୍ଷକ ଭିତରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ବର୍ଷକ ଭିତରେ କେବଳ ୩୦ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ବର୍ଷକ ଭିତରେ ମୃତ୍ୟୁ ହୋଇଥିବା ୧୬୦ଜଣ ମାଓବାଦୀଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ସେହିପରି କିଛି ମାଓବାଦୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି ମାଓ ସଂଗଠନର କେନ୍ଦ୍ରୀୟ କମିଟି ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍ ଜାରି କରି ସୂଚନା ଦିଆଯାଇଛି।

 

- Advertisement -

ମାଓ ସଂଗଠନର କେନ୍ଦ୍ରୀୟ କମିଟି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ ଦର୍ଶାଯାଇଛି ଯେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ୧୩ ଜଣ ଟପ୍ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ମାଓନେତା ନେତା ହରିଭୂଷଣ ମଧ୍ୟ ଅଛନ୍ତି। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା। ତାଙ୍କ ନାମରେରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ସେହିପରି ଓଡ଼ିଶାରେ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪, ବିହାର-ଝାଡ଼ଖଣ୍ଡରେ ୧୧, ଏମ୍‌ଏମ୍‌ସିରେ ୮ ଓ ପଶ୍ଚିମ ଘାଟିରେ ପୁଲିସ୍ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ମାଓ ସଂଗଠନର କେନ୍ଦ୍ରୀୟ କମିଟି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ ସୂଚନା ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories