www.samajalive.in
Monday, December 8, 2025
20.1 C
Bhubaneswar

ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ପିଏନ୍‍ବିର ଲାଭ ୨୪୭ କୋଟି

ନୂଆଦିଲ୍ଲୀ : ୧୩ ହଜାର କୋଟି ଟଙ୍କାର ଠକେଇ ଘଟଣା ପରେ କ୍ଷତିରେ ଚାଲିଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅକ୍ଟୋବରରୁ ଡିସେମ୍ବର ତ୍ରୈମାସରେ ୨୪୬.୫୧ କୋଟି ଟଙ୍କା ଲାଭ କରିଛି। ଗତ ବର୍ଷର ଏହି ସମୟର ତ୍ରୈମାସ ତୁଳନାରେ ଏହି ତ୍ରୈମାସର ଲାଭ ୭.୧୨% ଅଧିକ ରହିଛି। ୨୦୧୭ ଅକ୍ଟୋବରରୁ ଡିସେମ୍ବର ତ୍ରୈମାସରେ ପଞ୍ଜାବ ୨୩୦.୧୧ କୋଟି ଟଙ୍କା ଲାଭ କରିଥିଲା। ଏନ୍‍ପିଏ ପ୍ରାବଧାନ ହଟିବା ପରେ ୨୦୧୮ର ଡିସେମ୍ବର ତ୍ରୈମାସରେ ପିଏନ୍‍ବି ଲାଭ କରିଛି। ଏହାପୂର୍ବରୁ କ୍ରମାଗତ ୩ଟି ତ୍ରୈମାସ ପିଏନ୍‍ବି କ୍ଷତି କରିଥିଲା। ପିଏନ୍‍ବି ଅଧିକାରୀଙ୍କ କହିବା ଅନୁସାରେ ବ୍ୟାଙ୍କ ଏବେ ନିରବ ମୋଦୀଙ୍କ ଠକେଇ ଝଟକାରୁ ବାହାରି ସାରିଲାଣି।
ଅକ୍ଟୋବରରୁ ଡିସେମ୍ବର ତ୍ରୈମାସରେ ପିଏନ୍‍ବି ୨,୭୫୩.୪୮ କୋଟି ଟଙ୍କା ପ୍ରବନ୍ଧନ କରିଥିଲା। ଏହା ମଧ୍ୟରେ ଏନ୍‍ପିଏ ପାଇଁ ୨,୫୬୫.୭୭ କୋଟି ଟଙ୍କା ପ୍ରବଦ୍ଧନ ରହିଥିଲା। ଏହା ଜୁଲାଇ-ସେପ୍ଟେମ୍ବର ତ୍ରୈମାସ ତୁଳନାରେ ୬୭% କମ ରହିଛି। ୨୦୧୭ ଡିସେମ୍ବର ତ୍ରୈମାସରେ ୪,୪୬୬.୬୮ କୋଟି ଟଙ୍କା ପ୍ରବଦ୍ଧନ ଏବଂ ଏନ୍‍ପିଏ ପାଇଁ ୨,୯୯୬.୪୨ କୋଟି ଟଙ୍କା ପ୍ରବଦ୍ଧନ ରହିଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories