www.samajalive.in
Tuesday, December 9, 2025
16.1 C
Bhubaneswar

ବର୍ଷାରେ ଧୋଇଗଲା ଲକ୍ଷାଧିକ ଟଙ୍କାର  ପୋଲ

ରେଙ୍ଗାଲିକ୍ୟାମ୍ପ: ଅତାବିରା  ଏନଏସି  ୱାର୍ଡ ନଂ  ୪ରେ  ଥିବା  ଅତାବିରା ଦମଦମା  ପୋଲର  ପାର୍ଶ୍ଵରେ ସେହି ନାଳ  ଉପରେ ତିଆରି ହୋଇଛି ଏକ ଛୋଟ ପୋଲ । ଏହି ପୋଲ ରାସ୍ତା ଦେଇ ଗଲେ ସିଧାସଳଖ ଖାଦ୍ୟ  ନିଗମ, ଟୋପ ପାହାର ଶ୍ରୀଗିଡ଼ାକୁ ସଂଯୋଗ କରୁଛି । ଏକ୍ସଚେଞ୍ଜ ଛକ ଦେଇ ଗଲେ ଗୋଟିଏ କିମି ରାସ୍ତା ଅଧିକ ପଡ଼ିଥାଏ, ତେଣୁ ଏହି ରାସ୍ତା ଦେଇ ଶହ ଶହ ଲୋକ, ଛାତ୍ର ଛାତ୍ରୀ , ବ୍ୟବସାୟୀ  ନିତିଦିନିଆ ଯିବା ଆସିବା କରିଥାନ୍ତି। ତେଣୁ ବୁଲାଣି ରାସ୍ତା ଠାରୁ ଏହି ରାସ୍ତାରେ  ୯୦ ପ୍ରତିଶତ ଲୋକ ଯିବା ଆସିବା କରିଥାନ୍ତି । ଆଗରୁ କୌଣସି ପୋଲ ନଥିଲା ।ବର୍ଷାଦିନେ ଏହି ରାସ୍ତା ଦେଇ ଯିବା ଆସିବା ସମ୍ଭବ ହେଉ ନଥିଲା । ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଲୋକେ  ନାଳା ପାରିହୋଇ ଯିବା ଆସିବା କରୁଥିଲେ । ତେଣୁ ଜନ ସାଧାରଣଙ୍କ  ସୁବିଧା ତଥା  ୱାର୍ଡର  ବାସିନ୍ଦାମାନେ ଏହି ନାଲା  ଉପରେ ପୋଲ ନିର୍ମାଣ ପାଇଁ ଦାବୀ କରିଥିଲେ । ଫଳରେ ଏଠାରେ  ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ଛୋଟିଆ ପୋଲ  (ସିମେଣ୍ଟ ନଳ  ଉପରେ କଂକ୍ରିଟ   କରି)ନିର୍ମାଣ କରାଯାଇଥିଲା ।
କିନ୍ତୁ ମାତ୍ର ଗୋଟିଏ ବର୍ଷ ନ ପୂରୁଣୁ ଏହି ପୋଲରେ ଖାଇ ସୃଷ୍ଟି ହୋଇଥିଲା ପ୍ରଥମ ବର୍ଷାରେ । ପୁଣି ତାକୁ ମାଟି ଦେଇ ପାଟ ଯାଇଥିଲା ।କିନ୍ତୁ ତାହା ଏବେ ଲଗାଣ ବର୍ଷାରେ ଧୋଇ ହୋଇ ଆହୁରି ବଡ଼ ଗର୍ତ୍ତ ସୃଷ୍ଟି କରିଛି ।ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ଲୋକଙ୍କ ପାଇଁ  ବିପଦ  ର ଆଶଙ୍କା ବଢ଼ାଇଚାଳିଛି । ଯାହାକୁ ନେଇ ସାଧାରଣ   କ୍ଷୋଭ ପ୍ରକାଶ କରିଛନ୍ତି ।ଏହା ବ୍ୟତୀତ ପୋଲଟି ଏତେ ଖାଲୁଆ ହୋଇଛି ଯେ  ଅସରାଏ ବର୍ଷା ହେଲେ ପୋଲ ଉପର ଦେଇ ପାଣି ଆସୁଛି । ଏବେ ପୋଳକୁ ଦେଖିଲେ ଲାଗୁଛି ଯଥା ପୂର୍ବମ୍ ତଥା ପରମ। ଆଉ କିଛି ଦିନ ପରେ ପୁଣି ସେହି ନାଳ ପାଣି ଦେଇ ଯିବାକୁ ପଡିବ ବୋଲି ଲୋକେ କହୁଛନ୍ତି ।ତେଣୁ  ଏଠାରେ ଉଚ୍ଚ ଓ ଉନ୍ନତ ମାନର ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories