www.samajalive.in
Thursday, December 11, 2025
27.1 C
Bhubaneswar

ଅସରାଏ ବର୍ଷାରେ ଘର ଭିତରେ ଆଣ୍ଠୁଏ ପାଣି

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସିର ୱାର୍ଡ ନଂ.୪ରେ ଦମ୍ ଦମା ପୋଲ ତଳେ ବହିଯାଇଛି ଏକ ନଳିଆ। ଏହି ନଲିଆକୁ ଅତାବିରା ବସ୍ତି ତଥା ଆଖପାଖ ର ବିଶେଷ କରି ମହିଳା ମାନେ ଗାଧୋଇବାକୁ ଯାଇଥାନ୍ତି। ଏହି ନଲିଆ ଦେଇ ଯାଇଥିବା ରାସ୍ତା ଟି ସିଧା ସଳଖ ପାହାର ଟୋପ_ ଶ୍ରୀଗୀଡା ରାସ୍ତାରେ ଥିବା ସରକାରୀ ଚାଉଳ ଗୋଦାମ ଘର (ଏଫସିଆଇ)କୁ ସଂଯୋଗ କରୁଛି। ଏହି ନଲିଆରେ ପୋଲ ନିର୍ମାଣ ତଥା ଗାଧୁଆ ତୁଠ ସହ ଏକ ବସ୍ତ୍ର ପରିବର୍ତ୍ତନ ଘର ନିର୍ମାଣ ନିମନ୍ତେ ବିଧାୟିକାଙ୍କୁ ଜଣାଇଥିଲେ। ବିଧାୟିକା ଉକ୍ତ ସ୍ଥାନକୁ ଯାଇ ସବୁ କିଛି ଦେଖି ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଅଭିଯାନରେ ସହରର ରୂପାନ୍ତରିକରଣ ପାଇଁ ୨୦୨୨/୨୩ ଆର୍ଥିକ ବର୍ଷରେ ସେଠାରେ ଗାଧୁଆ ଘାଟ ଓ ବସ୍ତ୍ର ପରିବର୍ତ୍ତନ ଘର ପାଇଁ ୯୬,୯୦୧ ଟଙ୍କା ଓ ନଲିଆ ଉପରେ ପୋଲ ପାଇଁ ୩,୯୨,୧୩୦ ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିଲେ।

ଏହା ବ୍ୟତୀତ ଏହି ପୋଲରୁ ଗ୍ୟାସ ଗୋଦାମ ପର୍ଯ୍ୟନ୍ତ ରାସ୍ତାର କଂକ୍ରିଟ କରଣ ପାଇଁ ୧୬,୨୫,୩୮୬ ଟଙ୍କା ଅନୁମୋଦନ କରାଯାଇଥିଲା। ଉକ୍ତ ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ ହୋଇଥିଲା। କିନ୍ତୁ ନିର୍ମାଣ ହେବାର ମାତ୍ର କେଇ ମାସ ହୋଇନି,ଅସରାଏ ବର୍ଷାରେ ଆଜି ଏହି ପୋଲ ଉପରେ ଦୁଇ ଫୁଟ ପାଣି ଯିବା ସହ ଗାଧୁଆ ଘର ଓ ବସ୍ତ୍ର ପରିବର୍ତ୍ତନ ଘର ଭିତରେ ମଧ୍ୟ ଦୁଇ ଫୁଟ ପାଣି ଜମି ରହିଥିଲା। ଫଳରେ ମହିଳା ମାନେ ପୁଣି ଯଥା ପୂର୍ବମ୍ ତଥା ପରମ ଅବସ୍ଥାରେ ବାହାରେ ଗାଧୋଇବା ସହ ବାହାରେ ବସ୍ତ୍ର ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହାର ନିର୍ମାଣ କୋଉ କାମକୁ ନୁହଁ ବୋଲି କହି ମହିଳାମାନେ କ୍ଷୋଭ ପ୍ରକାଶ କରିଥିଲେ। ଏହି ସମସ୍ୟାକୁ ଦୃଷ୍ଟି ଦେଇ ତୁରନ୍ତ ଏହାର ବିହିତ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories