www.samajalive.in
Monday, December 8, 2025
27.1 C
Bhubaneswar

“ସମାଜ ପ୍ରଭାବ” ଲଇଡା କଲେଜରେ ଲାଗିଲା ସ୍ମାର୍ଟ ବୋର୍ଡ ଓ ସ୍ମାର୍ଟ ଟିଭି

ରେଙ୍ଗାଲି: ଦୈନିକ ଖବର କାଗଜ ‘ସମାଜ’ରେ କଲେଜରେ ଖତ ଖାଉଛି ସ୍ମାର୍ଟ ବୋର୍ଡ ଓ ଟିଭି, ଅଧା କାମ ଛାଡି ଠିକା ସଂସ୍ଥା ଫେରାର୍” ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା ଜିଲ୍ଲା ପରିଷଦର ସିଡିଓ ପ୍ରସନ୍ନ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ଠିକା ସଂସ୍ଥାର କର୍ମଚାରୀ ଲଇଡା କଲେଜକୁ ଆସି ସ୍ମାର୍ଟ ବୋର୍ଡ ଓ ସ୍ମାର୍ଟ ଟିଭି ଲଗାଇ ଥିବାର ଜଣାପଡିଛି।
ସୂଚିତ ଯେ ଲଇଡା ଦୁତିକା ସାହୁ କଲେଜର ୪ଟି ସ୍ମାର୍ଟ କ୍ଲାସ ରୁମରେ ସ୍ମାର୍ଟ ବୋର୍ଡ ଓ ଟିଭି ଲଗାଇବା ପାଇଁ ଟେଣ୍ଡର ମାଧ୍ୟମରେ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଅନୁବନ୍ଧିତ ହୋଇଥିଲା। ଉକ୍ତ ଠିକା ସଂସ୍ଥା ଏକ ବର୍ଷ ହେଲା ମାତ୍ର ଗୋଟିଏ ସ୍ମାର୍ଟ ବୋର୍ଡ ଓ ଟିଭି ଲଗାଇ ଆଉ ଦେଖା ଦର୍ଶନ ଦେଇ ନଥିଲା। ଅଧାକାମ ଛାଡି ଠିକା ସଂସ୍ଥା ଫେରାର୍ ଥିବାରୁ ସ୍ମାର୍ଟ କ୍ଲାସରେ ପାଠ ପଢା ଆରମ୍ଭ ହୋଇ ପାରିନଥିଲା। ଏସଂକ୍ରାନ୍ତରେ ଖବର ପ୍ରକାଶିତ ହେଲା ପରେ ଜିଲ୍ଲା ପରିଷଦ ସିଡିଓ ଶ୍ରୀ ପାତ୍ରଙ୍କ ତତ୍ପରତା ଯୋଗୁଁ ସ୍ମାର୍ଟ ବୋର୍ଡ ଓ ସ୍ମାର୍ଟ ଟିଭି କଲେଜ ସ୍ମାର୍ଟ ରୁମରେ ସ୍ଥାପିତ ହୋଇଛି।
ତେବେ ସ୍ମାର୍ଟ ବୋର୍ଡ ଓ ସ୍ମାର୍ଟ ଟିଭି ଲାଗିଥିବା ସତ୍ତ୍ବେ ସ୍ମାର୍ଟ କ୍ଲାସ ରୁମ୍ ପାଇଁ ଆବଶ୍ୟକ ଚୌକି ଟେବୁଲ ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ନଥିବାରୁ ପାଠ ପଢା ନେଇ ଅନିଶ୍ଚିତତା ଦେଖାଦେଇଛି। ସ୍ମାର୍ଟ କ୍ଲାସ ରୁମ୍ ପାଇଁ ଆବଶ୍ୟକ ଚୌକି ଶୀଘ୍ର ଯୋଗାଇ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦାବୀ ହେଉଛି।

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories