www.samajalive.in
Monday, December 8, 2025
27.1 C
Bhubaneswar

ଖିଣ୍ଡାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ  ‘ମହକ’

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଖିଣ୍ଡା ସ୍ଥିତ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲ ରେ ଆଜି ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ମହକ  ଆରମ୍ଭ ହୋଇ ଯାଇଛି। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କର ଭିତରେ ଥିବା ପ୍ରତିଭାକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ଯ ଏନଏଲସି ଇଣ୍ଡିଆ କମ୍ପାନୀର ପୃଷ୍ଠପୋଷକତା   ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର  ଉଦ୍ଘାଟନ ଉତ୍ସବରେ ଏନ. ଏଲ ସି ର ଇ. ଡ଼ି.ଫ୍ରାଙ୍କଲୀନ ଜୟକୁମାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଦାନୀ କମ୍ପାନୀର କ୍ଲଷ୍ଟର ହେଡ଼ ପ୍ରସନ୍ନ କୁମାର ପଣ୍ଡା, ଖିଣ୍ଡା ସରପଞ୍ଚ ସଂଧ୍ଯାରାଣୀ ପ୍ରଧାନ,ଖିଣ୍ଡା ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ,ପଦ୍ମନାଭ ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ।  ଖିଣ୍ଡା ଉଚ୍ଚ ବିବ୍ଯାଳୟର ପ୍ରଧାନ ଶିକ୍ଷକ ଡ଼. ଗୌରିଦାସ ପଧାନ ଉଦଘାଟନ ସଭାରେ ସଭାପତିତ୍ବ କରିଥିଲେ।
ଖିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାତୁରାମ ମାଝି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୁଇ ଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ର ଆଜି ପ୍ରଥମ ଦିବସ ରେ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ ଦିବସରେ ବିଜ୍ଞାନ,ଚିତ୍ରାଙ୍କନ,ହସ୍ତକଳା ଓ ଚିତ୍ରକଳା ପ୍ରଦର୍ଶନୀ,ନୃତ୍ୟଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ଶତପଥୀ ଏବଂ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରୁଛନ୍ତି। କ୍ରିଡା ପ୍ରତିଯୋଗିତା ରେ ଖିଣ୍ଡା ଓ ଠେଲକୋଲୋଇ ହାଇସ୍କୁଲ ର ୪୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। କ୍ରୀଡ଼ାବିତ୍  ଲକ୍ଷଣ କୁମାର ନାଥ,ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ଗହୀର ଓ  ପ୍ରାଣବଂଧୁ ରାଉତ କ୍ରିଡା ପ୍ରତିଯୋଗିତା ପରିଚାଳନା କରିଥିଲେ। ମହକ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ରେ ଭିଏସଏସ ଶ୍ରମିକ ସଂଘ ର ସଦସ୍ଯ ମାନେ ସକ୍ରିୟ ସହଯୋଗ କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories