www.samajalive.in
Monday, December 8, 2025
20.1 C
Bhubaneswar

ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ପତ୍ର ବଣ୍ଟନ

ଫୁଲବାଣୀ:ଅଯୋଧ୍ୟାରୁ ଆସିଥିବା ଦକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଫୁଲବାଣୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥ ମନ୍ଦିରରେ ଏହି ନିମନ୍ତ୍ରଣ ଦେବା ସହିତ ପରେ ପର ଦଧିବାବନ ମନ୍ଦିର ଓ ରାମ ମନ୍ଦିରରେ ଦିଆଯାଇଥିଲା। ପରେ ପରେ କନ୍ଧମାଳ ଜିଲାପାଳ ଓ ଅତରିକ୍ତ ଜିଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କର୍ମକର୍ତ୍ତାମାନେ ଏହି ଦକ୍ଷତା ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। ଏବେ ଏଥିରେ ରମେଶ ମହାନ୍ତି , ଶଙ୍କର ବେହେରା , ଟି.ଶିବା ପାତ୍ର , ପଞ୍ଚୁ ପାତ୍ର , ଗୋବିନ୍ଦ ନାୟକ , ମୃତୁଞ୍ଜୟ ମିଶ୍ର , କାଳି ଚାରଣ ସାହୁ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories