www.samajalive.in
Monday, December 8, 2025
27.1 C
Bhubaneswar

ଅତାବିରା ବୀର ସୁରେନ୍ଦ୍ର ସାଏ କ୍ଳବ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ

ରେଙ୍ଗାଲି: ବରଗଡ଼ ଜିଲ୍ଳା ଅତାବିରା ଏନଏସି ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଳବ ପକ୍ଷରୁ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ଠାରୁ ଶତାଧିକ ଯୁବକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପୂର୍ବକ ମଶାଲ ଯାତ୍ରା ନଗର ପରିକ୍ରମା କରି ତହସିଲ ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପହଞ୍ଚିଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଦୁଇ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଦେଶ ଭକ୍ତ,ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ଜୀବନୀ ଉପରେ ଆଲୋକ ପାତ କରିଥିଲେ। ଭି.ଏସ୍.ଏସ୍ କ୍ଳବର ସଂଜୀବ ପାରିଜା,ମନୋଜ ମିଶ୍ର, ଦାମୋଦର ମେହେର, ରମେଶ ଅଗ୍ରୱାଲ,ସତ୍ୟ ମିଶ୍ର,ଶ୍ୟାମ ରାଓ,ଅଭିନାଶ ବାରିକ,ଶାନ୍ତନୁ ସାହୁ,ଶିବାନନ୍ଦ ତ୍ରିପାଠୀ,ମଣ୍ଟୁ ପଣ୍ଡା ଓ ମୁନା ଗୁପ୍ତା ପ୍ରମୁଖ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ। ସେହିପରି ଜୟନ୍ତୀ ଅବସରରେ ଭି ଏସ୍ ଏସ୍ କ୍ରିଏସନ ୟୁଟୁବ ଗ୍ରୁପ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ରିଏସନ ଗ୍ରୁପର ଅଭିନାଶ ବାରିକ,ସନ୍ଦିପ ପଧାନ,ରିଙ୍କୁ ନାଏକ, ବିକାଶ ବାରିକ, ଶାନ୍ତନୁ, ସମୟ, ଅଙ୍କିତ, ପିନ ,ଦିନ ,ଜଗନ ,ଲକ୍ଷ୍ମୀ, ରଜତ, ଲିଟୁନ, କାର୍ତ୍ତିକ ,ଅମିତ, ସିବା, ରାଜୁଧିରଜ ପ୍ରମୁଖ ଯୋଗଦେଇ ରାଜରାସ୍ତା ଉପରେ ଯିବାଆସିବା କରୁଥିବା ଚାଳକ ମାନଙ୍କୁ ଅଟକାଇ ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଇ ସରକାରୀ ନିୟମ ପାଳନ କରିବା ପାଇଁ ବୁଝାଇଥିଲେ।ହେଲମେଟ,ମାସ୍କ, ଗାଡ଼ିର ସମସ୍ତ କାଗଜପତ୍ର ଠିକ ଭାବେ ରଖି ଯିବା ଆସିବା କରିବା ପାଇଁ କହିଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories