ରେଙ୍ଗାଲି: ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇ ପୁର୍ନବସତି ସ୍ଥାପନ ହୋଇଥିବା ସମ୍ବଲପୁର ଜିଲାର ଦନ୍ତାମୁରା ଗ୍ରାମରେ ପ୍ରଶାସନିକ ଅବହେଲା ଯୋଗୁଁ ଉନ୍ନୟନ କାମ ବନ୍ଦ ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାନୀୟ ଜଳ ସଙ୍କଟର ସମାଧାନ ହୋଇପାରିନାହିଁ। ୫ବର୍ଷର ଗ୍ୟାରେଣ୍ଟି ଥାଇ ଶୋଚନୀୟ ଅବସ୍ଥାରେ ପଡିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାର ମରାମତି ହୋଇନାହିଁ। ଗ୍ରାମରେ ଥିବା ଏକମାତ୍ର ସ୍ନାନ ପୋଖରୀକୁ ମାଛ ଚାଷ ପାଇଁ ଦିଆଯାଇଥିବା ଲିଜ୍ ନିଲାମ ରଦ୍ଦ କରାଯିବାକୁ ଥିବାବେଳେ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେଲାପରେ ମିଳିଥିବା ୧୦ ଡେସମିଲ୍ ଜମିର ପଟ୍ଟା ପ୍ରଦାନ ଆଦି ଦାବି ପୂରଣ କରା ନଗଲେ ଅଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ଆଜି ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ କରି ଜନସାଧାରଣଙ୍କ ସ୍ୱାକ୍ଷରଥିବା ଦାବୀପତ୍ର ପ୍ରଦାନ କରିଛନ୍ତି।
ହିରାରାକୁଦ ଜଳଭଣ୍ଡାର ଏବଂ ପହାଡ ପର୍ବତ ଘେରରେ ଥିବା ହୀରାକୁଦ ବିସ୍ଥାପିତଙ୍କ ଗ୍ରାମ ଦନ୍ତାମୁରା ଏବେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବାପାଣି, ଗମନାଗମନର ସୁବିଧା ଠିକ ଭାବେ ଉପଲବ୍ଧ ହେଉନାହିଁ ବୋଲି ସେମାନେ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଦାବିପତ୍ରରେ ଦନ୍ତାମୁରା ଗ୍ରାମର ଓାର୍ଡ ସଭ୍ୟ ତଥା ଖିଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ ଯଦୁମଣୀ ପଟେଲ ଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ସ୍ବାକ୍ଷର କରିଥିବା ସୂଚନା ମିଳିଛି। ଅପରପକ୍ଷରେ ସମ୍ବଲପୁର ଜିଲାପାଳ ଦନ୍ତାମୁରା ଗ୍ରାମର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।



