www.samajalive.in
Monday, December 8, 2025
20.1 C
Bhubaneswar

ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗୁରୁଦିବସ ପାଳନ

ରେଙ୍ଗାଲି: ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜି ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲି ରାଧାକ୍ରିଷ୍ନନଙ୍କ ଜୟନ୍ତି ତଥା ଗୁରୁ ଦିବସ ପାଳନ କରାଯାଇଥିଲା। ପରିଷଦର ସଭାପତି ବସନ୍ତ କୁମାର ନାଏକଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସର୍ବପଲ୍ଲି ରାଧାକ୍ରିଷ୍ନନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ପୂଜା ଅର୍ଚ୍ଚନା କରାଯାଇଥିଲା। ବକ୍ତାମାନେ ଗୁରୁଶିଷ୍ୟ ସମ୍ପର୍କ ଏବଂ ସମାଜ ଗଠନରେ ଗୁରୁଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ରଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ଦୁଇ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବର୍ତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ସମାଜସେବୀ ଶଶିଭୂଷଣ ସାହୁ, ଆଇନ୍‍ଜୀବି ବୃନ୍ଦାବନ ସାହୁ,ଡାକ୍ତର ଅର୍ଜ୍ଜୁନ ନାଏକ, ଅବସରପ୍ରାପ୍ତ ବିଆର୍‍ସିସି ବିନୋଦବିହାରୀ ନନ୍ଦ, ସୁବନ୍‍ ଚାନ୍ଦ ସାହୁ,ଦିବ୍ୟକିଶୋର ବେହେରା, ସୁବାଷ ସିଂ ପ୍ରମୁଖ ଯୋଗଦେଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories