www.samajalive.in
Monday, December 8, 2025
20.1 C
Bhubaneswar

ରେଙ୍ଗାଲି ବ୍ଳକରେ ବଢୁଛି କରୋନା ; ଗୁମଲୋଇ ଗାଁରେ ୧୪୪ ଧାରା ଜାରି

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରିଚାଲିଛି। ବ୍ଳକରେ ଏବେ ୮ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଶୁକ୍ରବାର କୋଭିଡ୍‍ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ପଜିଟିଭ୍‍ ଚହ୍ନଟ ହୋଇଥିବା ଗୁମଲୋଇ ଗ୍ରାମରେ ୧୬ ଜଣଙ୍କୁ ହୋମ୍‍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେମାନେ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବାରୁ ପ୍ରାଶାସନ ପକ୍ଷରୁ ଗୁମଲୋଇରେ ୧୪୪ ଧାରା ଜାରି କରାଯାଇଛି । ଅନ୍ୟପକ୍ଷରେ ପଜିଟଭ୍‍ ଚିହ୍ନଟ ହୋଇଥିବା ରମ୍ପେଲାକେମ୍ପ, କତରବଗା ଏବଂ ରେଙ୍ଗାଲି ରେଲବାଇ କଲୋନୀର ନିଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଛି ।

ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର,ବିଡିଓ ଶଙ୍କର ପ୍ରସାଦ ସାହୁ, ସ୍ୱାସ୍ଥ୍ୟ ବିଭାଗର ସର୍ବିଲାନ୍ସ ଟିମ୍‍ , କତରବାଗା ଏବଂ ରେଙ୍ଗାଲିର ଥାନା ଅଧିକାରୀ ପଜିଟିଭ୍‍ ଚିହ୍ନଟ ହୋଇଥିବା ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକ ସୁରକ୍ଷା ଏବଂ ନିରାପତ୍ତା ବ୍ୟବସ୍ଥାର ତଦାରଖ କରିଥିବା ଜଣାପଡ଼ିଛି।  ଏହା ପୂର୍ବରୁ ଗତ ଜୁନ୍‍ ଏବଂ ଜୁଲାଇ ମାସରେ ୧୨ ଜଣ କରୋନା ପଜିଟିଭ୍‍ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି।

- Advertisement -

ସୂଚନା ଅନୁଯାୟୀ,  ରାଉରକେଲା ଲିଙ୍କ୍‍ ଥିବା ରେଙ୍ଗାଲି ରେଲବାଇ କଲୋନୀରୁ ଜଣେ ପଜିଟିଭ୍‍ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାର ଏକ କାରଖାନାର କାମ କରୁଥିବା ରମ୍ପେଲାକେମ୍ପର ଜନୈକ ବ୍ୟକ୍ତିଙ୍କ ପଜିଟିଭ ଚିହ୍ନଟ ହୋଇଛି। ଏହାପୂର୍ବରୁ ଝାରସୁଗୁଡା ବେହେରାମାଲର ପଜିଟିଭ୍‍ ଲିଙ୍କ୍‍ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କତରବଗାର ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଏବଂ ଗୁମଲୋଇ ଗ୍ରାମର ଦୁଇଜଣ ରୋଗୀଙ୍କ କରୋନା ପଜିଟିଭ୍‍ ରିପୋର୍ଟ ଆସିଥିବାରୁ ସମସ୍ତ ଅକ୍ରାନ୍ତଙ୍କୁ କୋଭିଡ୍‍ ହସପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ କାଳି ଏବଂ ଆଜି ଦୁଇ ଦିନ ମଧ୍ୟରେ ଗୁମଲୋଇରୁ ୨୯ ଜଣ ଟାମ୍ପରକେଲାରୁ ୨୩ ଜଣ ଏବଂ ରମ୍ପେଲାକେମ୍ପରୁ ୧୯ ଜଣ ମୋଟ ୭୧ ଜଣ ସନ୍ଦିଗ୍ଦଙ୍କ ସ୍ୱାବ୍‍ ସଂଗ୍ରହ କରଯାଇ ପରୀକ୍ଷା ସକାଶେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ପଜିଟିଭ୍‍ ଚିହ୍ନଟ ହୋଇଥିବା ବ୍ୟକ୍ତି ସଂସ୍ପର୍ଶରେ ଆସିଥିବାରୁ ଗୁମଲୋଇ ରେ ୬୦ ଜଣ କତରବଗାରେ ୨୫ ଜଣଙ୍କୁ ହୋମ୍‍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରମ୍ପେଲାକେମ୍ପ ଏବଂ ରେଙ୍ଗାଲି ରେଲବାଇ କୋଲୋନୀର ୧୭ ଜଣ ଅର୍ଥାତ୍‍ ମୋଟ ୧୦୨ ଜଣଙ୍କୁ ହୋମ୍‍ କ୍ୱାରେଣ୍ଟାଇନ୍‍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories