www.samajalive.in
Monday, December 8, 2025
27.1 C
Bhubaneswar

ନିଜ ଗାଁ ମଶାଣିରେ ମୃତଦେହକୁ ମିଳିଲାନିଜାଗା; ପ୍ରଶାସନ ତରଫରୁ ନିର୍ଦ୍ଧାରିତ ପଡ଼ୋଶୀ ଗାଁରେ ହେଲା ଶବ ସତ୍କାର

ଦାରିଙ୍ଗବାଡ଼ି : ସମଗ୍ର ଦେଶରେ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଏହି କରୋନା ଯୋଗୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରୁ ଗତ ୨ଦିନରେ ୨୬ଜଣ ସଂକ୍ରମିତ ହୋଇଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ଗୁରବାର ରାତିରେ ଦାରିଙ୍ଗବାଡ଼ି ଅଞ୍ଚଳର ଜୈନେକ ବ୍ୟକ୍ତିଙ୍କର ଦାରିଙ୍ଗବାଡ଼ି ମେଡିକାଲରେ ମୃତ୍ୟୁ ହୋଇଥିଲା । ମୃତକଙ୍କୁ କରୋନା ହୋଇଥିବା ସନ୍ଦେହ କରି ପୂର୍ବରୁ ପ୍ରଶାସନ ତରଫରୁ ମୃତ ଦେହକୁ ପରିବାର ଲୋକଙ୍କୁ ଘରକୁ ନେବାକୁ ଦିଆଯାଇ ନଥିଲା କିମ୍ବା ଗ୍ରାମ ମଶାଣୀରେ ମୃତ ଦେହ ସତ୍କାର କରିବାକୁ ବାରଣ କରାଯାଇଥିଲା। ଯାହା ଫଳରେ ଗାଁ ମଶାଣୀରେ ମୃତ ଦେହ ସତ୍କାର ପାଇଁ ସ୍ଥାନ ନ ମିଳିବାରୁ ପରିବାର ଲୋକେ ରାତି ଅଧରେ ପ୍ରଶାସନ ତରଫରୁ ପୂର୍ବରୁ ଚିହ୍ନଟ କରାଯାଇଥିବା ଗ୍ରୀନବାଡି ପଞ୍ଚାୟତର କୁତୁବାଡ଼ି-ତଗାପଙ୍ଗା ନିକଟରେ ପରିବାର ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ମୃତଦେହ କୁ ଦାହ କରାଯାଇଥିଲା। ତେବେ ରାତିରେ ମୃତଦେହକୁ ଚିହ୍ନଟ ସ୍ଥାନର ରାସ୍ତା କଡ଼ରେ ଦାହ କରାଯାଇଥିବା ବେଳେ ମୃତଦେହ ସମ୍ପୂର୍ଣ୍ଣ ଭାବେ ପୋଡ଼ିନଥିବା ଶୁକ୍ରବାର ସକାଳେ ଜଣା ପଡ଼ିବା ପରେ ଏହି କାରଣରୁ ଯୋଗୁଁ ଗ୍ରୀନବାଡ଼ି ସମେତ କୁତୁବାଡ଼ି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଶୁକ୍ରବାର ସକାଳୁ ଗ୍ରୀନବାଡ଼ି ଅଂଚଳରେ ଉତେଜନା ଦେଖାଦେଇଥିଲା । ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ସବ ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଜେନା ଘଟଣା ସ୍ଥଳରେ ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ବୋଲି ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories