www.samajalive.in
Sunday, December 7, 2025
15.1 C
Bhubaneswar

ଗ୍ରାହକଙ୍କ ପାଇଁ ଖୁସି ଖବର ; ଜିଓ / ବିଏସଏନଏଲ, ଜାଣନ୍ତୁ କାହାର ପ୍ଲାନ୍‌ ସବୁଠାରୁ ଶସ୍ତା, ଗୋଟିଏ ରିଚାର୍ଜରେ ପରିବାରର ୪ ଜଣ ପାଇବେ ସବୁ ସୁବିଧା..

ନୂଆଦିଲ୍ଲୀ : ଗୋଟିଏ ରିଚାର୍ଜରେ ଘରର ସମସ୍ତ ସଦସ୍ୟ ସେହି ପ୍ଲାନ୍‌କୁ ବ୍ୟବହାର କରିପାରିବା ଭଳି ପ୍ଲାନ୍‌କୁ ଆପଣଙ୍କ ମଧ୍ୟ ବ୍ୟବହାର କରିବାକୁ ଚାହୁଁଛନ୍ତି କି? ତେବେ ଟେଲିକମ୍‌ କମ୍ପାନୀ ଆଣିଛି ଏକ ଖାସ୍‌ ଓ ଆକର୍ଷଣୀଣ ଅଫର୍‌ । ଗୋଟିଏ ରିଚାର୍ଜରେ ୪ ଉପଭୋକ୍ତାଙ୍କ ପାଇଁ ସୁବିଧା ସାମିଲ ରହିଛି । ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓ ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଏଲରର ଏହି ରିଚାର୍ଜ ପ୍ଲାନ୍‌ ରହିଛି ।
ବିଏସଏନଏଲର ଗୋଟିଏ ରିଚାର୍ଜରୁ ୪ ଜଣଙ୍କ ପାଇଁ ନୂଆ ପୋଷ୍ଟପେଡ୍‌ ପ୍ଲାନ୍‌ ଲଞ୍ଚ କରିଛି । ଜିଓ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଫ୍ୟାମିଲି ପ୍ଲାନ୍‌ ଆଣିଛି । ଜାଣନ୍ତୁ କେଉଁ ପ୍ଲାନ୍‌ଟି ଶସ୍ତା ପ୍ଲାନ୍‌..

ବିଏସଏନଏଲ ଏକ ନୂଆ ରିଚାର୍ଜ ଦ୍ୱାରା ୪ ଜଣଙ୍କ ପାଇଁ ନୂଆ ପୋଷ୍ଟପେଡ୍‌ ପ୍ଲାନ୍‌ ଲଞ୍ଚ କରିଛି । ବିଏସଏନଏଲ ନିଜ ଅଫିସିଆଲ୍‌ ଏକ୍ସ ଆକାଉଣ୍ଟରେ ପ୍ଲାନ୍‌ ବିଷୟରେ ସୂଚନା ଦେଇଛି । କେବଳ ୯୯୯ ଟଙ୍କାର ଫ୍ୟାମିଲି ପୋଷ୍ଟପେଡ୍‌ ପ୍ଲାନ୍‌ ଲଞ୍ଚ କରିଛି । ଏହି ପ୍ଲାନ୍‌ର ବିଶେଷତ୍ୱ ହେଉଛି, ଗୋଟିଏ ମୁଖ୍ୟ ଓ ୩ଟି ଅନ୍ୟ କନେକ୍‌ସନ୍‌ ସହ ପ୍ଲାନ୍‌ର ସୁବିଧା ମିଳିବ । ଏଥିରେ ୪ ଜଣଙ୍କୁ ଅସୀମିତ କଲିଙ୍ଗ୍‌, ପ୍ରତ୍ୟେକ ଦିନ ୧୦୦ ଏସଏମଏସ ଓ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୭୫ ଜିବି ଡାଟା ମିଳିବ । ମୋଟ୍‌ ୩୦୦ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳିବ । ଏହି ପ୍ଲାନ୍‌ରେ କେବଳ ଥରେ ରିଚାର୍ଜରେ ଘରର ୪ ସଦସ୍ୟ ପ୍ଲାନ୍‌ର ସୁବିଧା ପାଇପାରିବେ ।

୫୦୦ ବର୍ଷ ପରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ପାଇଁ ଆସିଗଲା ସବୁଠାରୁ ଶୁଭ ସମୟ, ଧନର ହେବ ବର୍ଷା, ହେବ ବିବାହ, କିଣିବେ ଘର,ଗାଡି..

- Advertisement -

ରିଲାଏନ୍ସ ଜିଓ ଦ୍ୱାରା ଫ୍ୟାମିଲି ପୋଷ୍ଟପେଡ୍‌ ପ୍ଲାନ୍‌ ଅଫର କରାଯାଉଥିବା ସହ ଏଥିରେ ବିଭିନ୍ନ ସୁବିଧା ଓ ଦାମ୍‌ ସହ ଆସୁଛି । କଲିଙ୍ଗ୍‌, ଏସଏମଏସ ଓ ଡାଟା ସୁବିଧା ବ୍ୟତୀତ ଆମାଜନ୍‌ ପ୍ରାଇମ୍‌ ଲାଇଟ୍‌ ଓ ନେଟ୍‌ଫ୍ଲିକ୍ସର ମାଗଣା ସବସ୍କ୍ରିପସନ୍‌ ପାଇଁ ଜିଓର ୭୪୯ ଟଙ୍କାର ଫ୍ୟାମିଲି ପୋଷ୍ଟପେଡ୍‌ ପ୍ଲାନ୍‌ ରହିଛି । ଯାହା ଗୋଟିଏ ମୁଖ୍ୟ ଓ ଅନ୍ୟ ୩ ଉପଭୋକ୍ତାଙ୍କୁ କନେକ୍‌ସନ୍‌ ମିଳି ପାରିବ । ୪ ଉପଭୋକ୍ତାଙ୍କ ପାଇଁ ଫ୍ୟାମିଲି ପ୍ଲାନ୍‌ରେ ପ୍ରାୟ ୧୦୦ ଜିବି ଡାଟା ସୁବିଧା ମିଳିବ । ଏଥିରେ ଅତିରିକ୍ତ ୫ଜିବି ଡାଟା ମଧ୍ୟ ମିଳିବ । ଅସୀମିତ କଲିଙ୍ଗ୍‌, ଦୈନିକ ୧୦୦ ଏସଏମଏସ ବ୍ୟତୀତ ଉପଭୋକ୍ତାଙ୍କୁ ଜିଓ ସିନେମା, ଜିଓ କ୍ଲାଉଡ୍‌ ଓ ଜିଓ ଟିଭିର ସୁବିଧା ମଧ୍ୟ ମିଳିବ ।

ଜିଓର ଆଉ ଏକ ପ୍ଲାନ୍‌ ପ୍ରାୟ ୪୪୯ ଟଙ୍କାର । ଏହି ଫ୍ୟାମିଲି ପ୍ଲାନ୍‌ ସହ ପରିବାରର ୩ ସଦସ୍ୟ ଲାଭ ପାଇ ପାରିବେ । ପ୍ରାୟ ୭୫ ଜିବି ଡାଟା ସହ ଅସୀମିତ କଲିଙ୍ଗ୍‌, ଦୈନିକ ୧୦୦ ଏସଏମଏସ ଓ ଜିଓ ସିନେମା, ଜିଓ କ୍ଲାଉଡ୍‌ ଓ ଜିଓ ଟିଭିର ମାଗଣା ଏକ୍ସେସ୍‌ ମିଳିବ ।

ଭିଡିଓ ଦେଖିଲେ ଭୟ ଲାଗିବ; ଜନବସତିରେ ପଶି କୁକୁରକୁ ଟାଣି ନେଲା ବାଘ, ବଞ୍ଚିଗଲେ ସିକ୍ୟୁରିଟି ଗାର୍ଡ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories