www.samajalive.in
Tuesday, December 9, 2025
16.1 C
Bhubaneswar

ରାମନାଗୁଡା ପୁଲିସ ପକ୍ଷରୁ କରୋନା ସଚେତନତା

ରାମନାଗୁଡା : କରୋନାର ଦ୍ବିତୀୟ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ପୁଲିସ ପକ୍ଷରୁ ମାସ୍କ ବ୍ୟବହାର ନେଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି। ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ନେତୃତ୍ୱରେ ପୁଲିସଟିମ ସଦଳବଳେ ରାମନାଗୁଡା ମୁଖ୍ୟବଜାର ସମେତ ବିଭିନ୍ନ ଦୋକାନକୁ ଯାଇ ମାସ୍କ ବ୍ୟବହାର ନେଇ ସଚେତନ କରିବା ସହିତ ଏନେଇ ଦୋକାନୀ ଦୋକାନକୁ କୈଣସି ଗ୍ରାହକ ଆସିଲେ ମାସ୍କ ବ୍ୟବହାର ନକରିଥିଲେ ସାମଗ୍ରୀ ଦେବାକୁ ବାରଣ କରାଯାଇଛି।
ତେବେ ଆଜି ରାୟଗଡ଼ା ଜିଲ୍ଲାରେ  ୧୬ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କଠୋର ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମା’ ମଝିଘରିଆଣୀ ମନ୍ଦିର ସପ୍ତାହକୁ ୩ଦିନ ସାଧାରଣ ଦର୍ଶନ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।ଏତଦବ୍ୟତୀତ ମନ୍ଦିର ରୀତୀକାନ୍ତି ଚାଲିବା ନେଇ କୈଣସି ସ୍ଥାନରୁ ସାଧାରଣ ଲୋକ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ବାରଣ କରାଯାଇଛି।।ଏହାକୁ ଦୃଷ୍ଟିରେ ରଖି ରାମନାଗୁଡା ଫାଣ୍ଡି ପୁଲିସ ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଛକ ସ୍ଥାନରେ ଲୋକଙ୍କୁ ମାସ୍କ ପ୍ରଦାନ କରାଯିବା ସହ ମାସ୍କ ର ବହୁଳ ବ୍ୟବହାର କରାଯିବାକୁ ସଚେତନ କରାଯାଇଛି।।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories