www.samajalive.in
Sunday, December 7, 2025
15.1 C
Bhubaneswar

ଧାରା ଶ୍ରାବଣରେ ବି ଶୁଖିଲା ପଡିଛି ଜମି – ଗଜାମରୁଡ଼ି ଆଶଙ୍କା

ପଦ୍ମପୁର – ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ପଡିଆ ପଡିଛି । ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଚାଷୀ ଧାନ ତଳି ପାଇଁ ବିହନ ବୁଣିଥିଲା । ଗତ ଜୁଲାଇ ମାସରେ ପଦ୍ମପୁର ଅଞ୍ଚଳରେ କମ ବର୍ଷା ହୋଇଥିଲା। ଆକାଶ ଅନ୍ଧକାର ରହୁଥିଲେ ବି ବର୍ଷା ଲୁଚକାଳି ଖେଳୁଥିଲା।

ଜୁଲାଇରେ ପ୍ରଥମ ଦୁଇ ସପ୍ତାହ ଭଲ ବର୍ଷା ହୋଇଥିବା ବେଳେ ଶେଷ ଦୁଇ ସପ୍ତାହ ରେ ଭଲ ବର୍ଷା ହୋଇ ନଥିଲା । ଖରା ଓ ଗୁଳିଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା । ଲଘୁଚାପ ଜନିତ ବର୍ଷା ପଦ୍ମପୁର ଅଞ୍ଚଳରେ ସେତେଟା ପ୍ରଭାବ ପଡି ନଥିଲା। ବର୍ତ୍ତମାନ ଆଠ ଦଶ ଦିନ ହେବ ସେମିତି ବର୍ଷା ହେଉନାହିଁ । ଅନ୍ୟ ପକ୍ଷରେ ବର୍ଷା ଅଭାବକୁ ଆଖିରେ ରଖି କେନ୍ଦୁଗୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ର କତ୍ତୃପକ୍ଷ ଖରିଫ ଚାଷ ଲାଗି କେନାଲରେ ପାଣି ଛାଡିଥିଲେ କିନ୍ତୁ ସମସ୍ତ ଜମିକୁ ସଠିକ୍‌ ପରିମାଣରେ ପାଣି ଯାଇ ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଉଭୟ ଲଘୁଚାପ ଜନିତ ବର୍ଷା ଓ ଜଳସେଚନ ପ୍ରକଳ୍ପ ରୁ ପାଣି ଛାଡିବାରୁ ସେହି ପାଣିରେ ଚାଷୀ ଚାଷ କାମ ଆରମ୍ଭ କରିଥିଲେ ଓ କିଛି ଚାଷୀ ବୁଣାରୁଆ ସକାଶେ ଜମିରେ ଧାନ ମଧ୍ୟ ବୁଣିଦେଇଥିଲେ କିନ୍ତୁ ବର୍ତ୍ତମାନ ପଦ୍ମପୁର ଅଞ୍ଚଳରେ ବର୍ଷା ର ଦେଖାନାହିଁ । ବର୍ଷା ନହେବା ଫଳରେ ଅଞ୍ଚଳର ଚାଷୀ ଚିନ୍ତାରେ ପଡିଛନ୍ତି।

- Advertisement -

ଅନ୍ୟ ପଟେ ବର୍ଷା ଅଭାବରୁ ଡ୍ୟାମ ରେ ମଧ୍ୟ ଆବଶ୍ୟକ ପାଣି ନାହିଁ ଶୁଖିଲା ପଡିଛି। ଚାଷ କାର୍ଯ୍ୟ ଆରମ୍ଭ ରୁ ହିଁ ଚାଷୀଙ୍କ ମନରେ ଜଳସେଚନ ପ୍ରକଳ୍ପ ରେ ଆବଶ୍ୟକ ପାଣି ନ ଥିବାରୁ ପାଣିର ଅଭାଵ ଭୟ ରହିଛି । ବର୍ଷା ଅଭାଵରୁ ଚାଷ କାମ ଆଗେଇ ପାରି ନଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି । ଯଦି ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଲଗାଣ ବର୍ଷା ନହୁଏ ତେବେ ନିଶ୍ଚିୟ ଗଜାମରୁଡ଼ି ସହ ତଳି ଘରା ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଥିବା ଚାଷୀମାନେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories