www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରାକ୍ଟର ଓଲଟି ୨୦ରୁ ଅଧିକ ଆହତ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ କୋଡିପାରି ଏବଂ ରତାଚୁଅଆଁ ଗ୍ରାମର ମଧ୍ୟସ୍ଥ ରାସ୍ତା ନିକଟରେ ଶନିବାର ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରାକ୍ଟରରେ ବସିଥିବା ପ୍ରାୟ ୨୦ଜଣ ଲୋକେ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହାତ ମାନଙ୍କୁ ପ୍ରଥମେ ନୂଆପଡା ଏବଂ ଉସାପଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଣ୍ଡିରାକଞ୍ଚଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ଗତକାଲି ମହାଶିବରାତ୍ରୀ ଉପଲକ୍ଷେ ଶୀଳାଫାସ ଗ୍ରାମର ଲୋକେ କୋଡିପାରି ଗ୍ରାମରେ ନାଟ ପରିବେଶଣ ପାଇଁ ଆସିଥିଲେ। କୋଡିପାରି ଗ୍ରାମରେ ଆଜି ସକାଳୁ ନାଟ ସରିବା ପରେ ନାଟ ମଞ୍ଚ ଓ ଲୋକମାନେ ଏକ ଟ୍ରାକ୍ଟର ଯୋଗେ ନିଜ ଗ୍ରାମ ଶୀଳାଫାସ ଗ୍ରାମକୁ ଫେରୁଥିଲେ। ସେହି ସମୟରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା। ଏହାପରେ ସ୍ଥାନୀୟଲୋକେ ପୁଲିସ ଓ ଆମ୍ବୁଲାନ୍ସକୁ ଘଟଣା ସମ୍ପର୍କରେ ଜଣାଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories