www.samajalive.in
Monday, December 8, 2025
27.1 C
Bhubaneswar

ଟିଆର୍‍ପି ପାଇଁ ନାଟକ ବନ୍ଦ: ଖୁବ୍‍ଶୀଘ୍ର ନିଜ ପ୍ରେମିକାଙ୍କୁ ବିବାହ କରିବେ ଆଦିତ୍ୟ

ମୁମ୍ବଇ: ‘ଇଣ୍ଡିଆନ ଆଇଡଲ୍‍ ସିଜନ୍‍-୧୧’ ନିଜ ପ୍ରତିଯୋଗୀମାନଙ୍କୁ ନେଇ ଏମିତିରେ ଖୁବ୍‍ ଚର୍ଚ୍ଚାରେ ରହିଛି। ହେଲେ ଏହି ସିଜନ୍‍ରେ ବିଚାରପତି ଦାୟିତ୍ୱ ତୁଲାଉଥିବା ନେହା କକ୍କର୍‍ ଓ ଉପସ୍ଥାପକ ଆଦିତ୍ୟ ନାରାୟଣଙ୍କ ପ୍ରେମ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଦର୍ଶକ ବେଶ୍‍ ଉପଭୋଗ କରୁଛନ୍ତି। ଏହପରିକି ଶୋ’ର ଗ୍ରାଣ୍ଡ୍‍ ଫିନାଲେରେ ଦୁହିଁଙ୍କ ବିବାହ କରି ଦିଆଯିବ ବୋଲି ମଧ୍ୟ ଘୋଷଣା ହୋଇଛି। ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁହେଁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏସବୁ କେବଳ ଶୋ’ର ଟିଆର୍‍ପି ପାଇଁ କରାଯାଉଛି ଉଭୟଙ୍କ ମନ୍ତବ୍ୟରୁ ଜଣାପଡ଼ିଛି। ତେବେ ନେହା ଓ ଆଦିତ୍ୟଙ୍କ ପ୍ରେମ ତ କେବଳ ଟିଆର୍‍ପି ପାଇଁ ଥିଲା, କିନ୍ତୁ ନିକଟରେ ନେହା ଏକ ବଡ଼ ତଥ୍ୟ ଉନ୍ମୋଚନ କରିଛନ୍ତି। ଆଦିତ୍ୟ ଚଳିତ ବର୍ଷ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ନେହା କହିଛନ୍ତି।

- Advertisement -

ଏକ ସାକ୍ଷାତକାରରେ ନେହା କହିଛନ୍ତି, “ଆଦିତ୍ୟ ଜଣେ ବହୁତ ଭଲ ମଣିଷ। ତାଙ୍କ ହୃଦୟ ଖୁବ୍‍ ନିର୍ମଳ। ମୋତେ ଏକଥା କହିବାକୁ ବହୁତ ଖୁସି ଲାଗୁଛି ଯେ, ମୋ ଘନିଷ୍ଠ ବନ୍ଧୁ ଚଳିତ ବର୍ଷ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଛନ୍ତି। ମୁଁ ଆଶା କରୁଛି ଦୁହେଁ ସାଥୀରେ ବହୁତ ଖୁସିରେ ରହିବେ”।

ତେବେ ଆଦିତ୍ୟ ତ ଚଳିତ ବର୍ଷ ବର ସାଜିବେ, କିନ୍ତୁ ନେହାଙ୍କ ଲଭ୍‍ ଲାଇଫ୍‍ ଅନେକ ବିବାଦ ଦେଇ ଗତି କରୁଛି। ହିମାଂଶ କୋହଲୀଙ୍କ ସହ ସେ ଅନେକ ଦିନ ହେବ ବ୍ରେକ୍‍ଅପ୍‍ ତ କରି ସାରିଛନ୍ତି, ହେଲେ ତାଙ୍କ ଜୀବନରୁ କଷ୍ଟ ଓ ବିବାଦ ଥମିବାର ନାଁ ନେଉନି।

ନିକଟରେ ହିମାଂଶ ନେହାଙ୍କ ସହ ବ୍ରେକ୍‍ଅପ୍‍କୁ ନେଇ ମୁହଁ ଖୋଲିଥିଲେ। ମୋତେ ଖଳନାୟକ ସଜାଇବାକୁ ଚେଷ୍ଟା କରାଯାଉଛି। ତାଙ୍କ କହିବାନୁସାରେ, ଲୋକେ କାହାଣୀର କେବଳ ଗୋଟିଏ ଭାଗ ଜାଣିଛନ୍ତି। ଅନ୍ୟପକ୍ଷରେ ହିମାଂଶଙ୍କ ଏହି ବୟାନକୁ ନେଇ ନେହା ଖୁବ୍‍ ଉତ୍ତ୍ୟକ୍ତ ହୋଇଯାଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories