www.samajalive.in
Sunday, December 7, 2025
16.1 C
Bhubaneswar

ରାୟଗଡା ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ଡ୍ରୋନ୍ ନେଟୱାର୍କ

ରାୟଗଡ଼ା:ରାୟଗଡା ଜିଲ ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ଡ୍ରୋନ୍ ନେଟୱାର୍କ। କନ୍ଧମାଳ ପରେ ରାଜ୍ୟର ଦ୍ବିତୀୟ ଜିଲା ଭାବେ ରାୟଗଡା ଜିଲାରେ ଶୁଭାରମ୍ଭ ହୋଇଛି ଏହି ଡ୍ରୋନ ସେବା। ଜିଲାର ୧୬୦ ଅପହଞ୍ଚ ତଥା ବିଛିନାଞ୍ଚଳ ଗାଁ ଲୋକେ ଏହି ଡ୍ରୋନ ସାହାଯ୍ଯରେ ଔଷଧ ଓ ଚିକିତ୍ସା ଉପକରଣ ମିଳିପାରିବ । ଆଜି ଏହି ଡ୍ରୋନ ସେବାର ଶୁଭାରମ୍ଭ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ, ପଛୁଆ ବର୍ଗ କଲ୍ୟାଣ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସରକା। ସେ କହିଲେ, ରାୟଗଡା ଜିଲା ସ୍ବାସ୍ଥ୍ୟ ସେବାରେ ଏକ ନୂତନ ଅଧ୍ୟାୟ ଯୋଡିହେଲା। ଏହି ଜିଲାର କାଶୀପୁର, ଗୁଡାରୀ, ଚନ୍ଦ୍ରପୁର, କଲ୍ୟାଣସିଂପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଅତି କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଅତ୍ୟାବଶ୍ୟକ ଔଷଧ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ଗୁଡାରି ଓ କଲ୍ୟାଣସିଂପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏଥିରେ ସାମିଲ କରାଯାଇଛି ।

ପରବର୍ତ୍ତୀ ସମୟରେ ଏହି ସେବା ଜିଲାର ଅନ୍ଯ ସମସ୍ତ ବ୍ଲକର ଦୁର୍ଗମ ଅଞ୍ଚଳକୁ ସଂପ୍ରସାରିତ ହେବ ବୋଲି ମନ୍ତ୍ରୀ ସାରକା ପ୍ରକାଶ କରିଛନ୍ତି। ଏହି ଡ୍ରୋନ ସେବା USAID ସମର୍ଥିତ SAMRIDH ଏବଂ IPE ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା REDWING ଭଳି ଅଗ୍ରଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ଆଜି ବାରିଝୋଲାସ୍ଥିତ ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କର ଶୁଭାରମ୍ଭ ହୋଇଛି । ଆଜି ପ୍ରଥମେ ଗୋଟିଏ ଡ୍ରୋନ ପ୍ରତିଷେଧକ ଟୀକା ନେଇ ଗୁଡାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ କରାଯାଇଥିଲା । ଏକା ଥରକେ ପ୍ରାୟ ୧.୫ କେଜି ଓଜନର ଔଷଧ କିମ୍ବା ସ୍ୱାସ୍ଥ୍ୟ ଉପକରଣକୁ ଶୀତତାପ ନିୟନ୍ତ୍ରଣ ମଧ୍ୟମରେ ପରିବହନ କରାଯାଇ ପାରିବ । ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଡ୍ରୋନ୍ ବ୍ୟବହାର କରି ରାୟାଗଡା ଜିଲାର ବିଚ୍ଛିନ୍ନାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଔଷଧ ସହିତ ବିଭିନ୍ନ ଚିକିତ୍ସା ଉପକରଣକୁ ଆକାଶମାର୍ଗରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱଳ୍ପ ସମୟରେ ଯୋଗାଇ ଦିଆଯାଇ ପାରିବ ।

- Advertisement -

ଆକାଶମାର୍ଗରେ ଔଷଧ ଏବଂ ଚିକିତ୍ସା ଉପକରଣ ବିତରଣ ଦ୍ୱାରା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅତ୍ୟାବଶ୍ୟକ ନିଦାନ, ଔଷଧ, ଟୀକାକରଣର ଉନ୍ନତି ଆସିବ । ଜିଲା ପ୍ରଶାସନର ଏଭଳି ପଦକ୍ଷେପ ଯୋଗୁଁ ରୋଗର ପରୀକ୍ଷା, ନିରାକରଣ ଓ ଚିକିତ୍ସାରେ ଉନ୍ନତି ଆସିବ ବୋଲି କହିଛନ୍ତି ରେଡଓ୍ବିଙ୍ଗର ମୁଖ୍ୟ କୁନ୍ଦନ ମେଡିରେଡ଼ି । ବବର୍ତମାନ ଦୁଇଟି ଡ୍ରୋନ ଦ୍ବାରା ଏହି ସେବା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲାର ୩୨୩୪ ଗାଁ ମଧ୍ୟରୁ ପାଖାପଖି ୮୦୦ ରୁ ଅଧିକ ଗାଁରେ ପହଞ୍ଚିବା କଷ୍ଟକର । ସେଥିରୁ ପାଖାପାଖି ୧୬୦ ଗ୍ରାମ ବିଛିନାଞ୍ଚଳ ଭାବେ ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲାପାଳ ସ୍ଵଧାଦେବ ସିଂ, ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ରେଡଓ୍ବିଙ୍ଗର ମୁଖ୍ୟ କୁନ୍ଦନ ମେଡିରେଡ଼ି ଓ ୟୁଏସଆଇଡିର କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ । ଆମ ଜିଲାର ଗୁଡ଼ାରୀ ଓ କଲ୍ୟାଣସିଂପୁର ବ୍ଲକରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି ।

ଏହି ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଡ୍ରୋନର ବ୍ଯବହାର ଏକ ଯୁଗାନ୍ତକାରି ପଦକ୍ଷେପ।ଏବେ ଦୁର୍ଗମ ଅଞ୍ଚଳର ରୋଗୀମାନେ ଆବଶ୍ୟକତା ଅନୁଯାୟୀ ଉତ୍କୃଷ୍ଟ ନିଦାନର ସୁବିଧା ପାଇ ପାରିବେ। ଜିଲାବାସୀଙ୍କୁ ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଜିଲାପାଳ ସ୍ବଧାଦେବ ସିଂ । ସେପଟେ ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡ୍ରୋନ ସେବା ବେଶ ସହାୟକ ହେବ । ମହାମାରୀ, ହଇଜା, ଝାଡାବାନ୍ତି ସମୟରେ ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ସହଜରେ ଏବଂ ସ୍ୱଳ୍ପ ସମୟରେ ପଠାଯାଇ ପାରିବ ବୋଲି କହିଛନ୍ତି ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories