www.samajalive.in
Sunday, December 7, 2025
15.1 C
Bhubaneswar

ଫ୍ରଣ୍ଟଲାଇନ ମିଡିଆ ଆସୋସିଏସନ ପକ୍ଷରୁ ସାମ୍ବାଦିକଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଫୁଲବାଣୀ: ଏବେ କରୋନା କାଳରେ ସମାଜର ସବୁ ବର୍ଗ ଏକ ସଂକଟ ଜନକ ପରିସ୍ଥିତ ଦେଇ ଗତି କରୁଛନ୍ତି। ଏଥିରୁ ଗଣମାଧ୍ୟମ ପ୍ରତିନିଧି ମାନେ ବି ବାଦ ପଡି ନାହାନ୍ତି। ସଂକ୍ରମଣର ଭୟ ଥିଲେ ବି ଏମାନେ ସାହସର ସହିତ ନିଜ କାର୍ୟ୍ୟ ଅବ୍ୟାହତ ରଖିଛନ୍ତି। ଏଭଳି ଏକ ଦୁଃସମୟରେ ସାମ୍ବାଦିକମାନଙ୍କୁ ସହାୟତାର ହାତ ବଢାଇବା ପାଇଁ କନ୍ଧମାଳ ଜିଲା ଫ୍ରଣ୍ଟ ଲାଇନ ମିଡିଆ ଆସୋସିଏସନ ପକ୍ଷରୁ ଏକ ଉଦ୍ୟମ କରାଯାଇ ଆଜି ଫୁଲବାଣୀ ସହରରେ କାର୍ୟ୍ୟରତ ପ୍ରାୟ ସମସ୍ତ ସାମ୍ବାଦିକ ଓ କ୍ୟାମେରାମ୍ୟାନମାନଙ୍କୁ ଏକ ମାସର ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।

ସ୍ଥାନୀୟ ପ୍ରେସ କ୍ଲବଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଏକ ଉତ୍ତମ ପ୍ରୟାସ ବୋଲି ଅଭିହିତ କରି ସେ ଉପସ୍ଥିତ ସାମ୍ବାଦିକମାନଙ୍କୁ ନିଜ କାର୍ୟ୍ୟକ୍ଷେତ୍ରରେ କରୋନା ସଂକ୍ରମଣ ପ୍ରତି ସଜାଗ ରହି କାମ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ଶିବ ପ୍ରସାଦ ତ୍ରିପାଠି, ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପ୍ରଧାନ ଓ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଫୁଲବାଣୀର କାର୍ୟ୍ୟରତ ୫୦ ଜଣ ସାମ୍ବାଦିକଙ୍କୁ ଏକ ମାସର ରାସନ ସାମଗ୍ରୀ ସହ ସାବୁନ, ଡିଟର୍ଜେଣ୍ଟ ପାଉଡର, ସାନିଟାଇଜର ଇତ୍ୟାଦି ପ୍ରଦାନ କରାଯାଇଛି। ଏ ଅବସରରେ ନିକଟରେ କୋଭିଡ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଫୁଲବାଣୀ ସହରର ଅସହାୟ ଲୋକଙ୍କୁ ଗୋଟିଏ ଦିନର ରନ୍ଧା ଖାଦ୍ୟ ବଣ୍ଟନ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟିକୁ ଦାୟିତ୍ୱ ଦିଆଯାଇ ଏଥିପାଇଁ ଆବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା।

- Advertisement -

ଫ୍ରଣ୍ଟଲାଇନ ମିଡିଆ ଆସୋସିଏସନର ସଭାପତି ସୁଜିତ କୁମାର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ୟ୍ୟକ୍ରମରେ ଉପସଭାପତି ଅଶୋକ କୁମାର ମହାନ୍ତି, କାର୍ୟ୍ୟକାରୀ ସଭାପତି ବ୍ରଜ ବିହାରୀ ନନ୍ଦ, ସଂପାଦକ ତ୍ରିନାଥ ସାହୁ, କୋଷାଧ୍ୟକ୍ଷ ସୁନୀଲ ବିଶ୍ୱାଳ, କାର୍ୟ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ କୁମାର ଜେନା, ଉପଦେଷ୍ଟା ସୁନୀଲ ପଟ୍ଟନାୟକ, ଅଜିତ ମହାରଣା, ସଦାଶିବ ପାତ୍ର, ସ୍କ୍ରୁଟିନି କମିଟି ସଦସ୍ୟ ରଂଜନ ପ୍ରଧାନ, ରାକେଶ କୁମାର ରାଉତ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ। ଏଭଳି କାର୍ୟ୍ୟକ୍ରମକୁ ବିିଭିନ୍ନ ମହଲରେ ମଧ୍ୟ ସ୍ୱାଗତ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories