www.samajalive.in
Tuesday, December 9, 2025
16.1 C
Bhubaneswar

କେବଳ ପୁରୀରେ ହେବ ରଥଯାତ୍ରା; ପୁରୀ ବ୍ୟତୀତ ଓଡ଼ିଶାର ଅନ୍ୟତ୍ର ରଥଯାତ୍ରାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାରେ କେବଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଆୟୋଜନ କରାଯାଇପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହିତ ଏ ସଂପର୍କରେ ମାନ୍ୟବର ସର୍ବୋଚ୍ଚ ଅଦାଲତରେ ଦାଏର କରାଯାଇଥିବା ଏକାଧିକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଅନୁମତି ନଦେବାକୁ ଓଡ଼ିଶା ସରକାର ନେଇଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ଏକାଧିକ ଯାଚିକା ଦାଏର କରାଯାଇଥିଲା ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କୁ ନେଇ ଗଠିତ ଏକ ପୀଠ ତାଙ୍କ ରାୟରେ କହିଛନ୍ତି ଯେ ସରକାର ଦେଇଥିବା ଆଦେଶ ଖରାପ ମନେହେଉଥିଲେ ମଧ୍ୟ ଏହା ରାଜ୍ୟର ନୀତିଗତ ନିଷ୍ପତ୍ତି ଏବଂ ଅଦାଲତଙ୍କର ଏ କ୍ଷେତ୍ରରେ ଅଭିଜ୍ଞତା ନଥିବାରୁ ସେଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ମାନ୍ୟବର ପ୍ରଧାନ ବିଚାରପତି କହିଥିଲେ, କୋଭିଡ-୧୯ ପରିସ୍ଥିତିକୁ ନେଇ କେହି ପୂର୍ବାନୁମାନ କରିପାରିବେ ନାହିଁ । ଏହି ପ୍ରସଙ୍ଗରେ ମୁଣ୍ଡ ନଖେଳାଇବା ଉଚିତ ହେବ । ଏହି ନିଷ୍ପତ୍ତି ନେବା ଦାୟିତ୍ୱ ସରକାରଙ୍କ ଉପରେ ଛାଡି ଦିଆଯାଉ । ଏଥିସହିତ ମାନ୍ୟବର ପ୍ରଧାନ ବିଚାରପତି ଆଶା ପ୍ରକାଶ କରିଥିଲେ ଯେ, ଆସନ୍ତା ବର୍ଷ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହେବ । ଅନ୍ୟୂନ ଆସନ୍ତା ବର୍ଷ ଭଗବାନ ଏଥିପାଇଁ ଅନୁମତି ଦେବେ ବୋଲି ବିଶ୍ୱାସ ରହିଥିବା ସେ କହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories