www.samajalive.in
Tuesday, December 9, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ଗୃହ ନିର୍ମାଣରେ ଆଗ୍ରହୀ ହେବେ। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ପ୍ରିୟ ଭାଷୀ ହେବେ। ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ଖଳ ଲୋକମାନେ ଆପଣଙ୍କୁ ବିଚଳିତ କରିପାରନ୍ତି।

ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁଙ୍କ ସହାୟତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କୃର୍ତ୍ତିକା ମୃଗଶିରା ନକ୍ଷତ୍ର ଜାତ ସାମାନ୍ୟ ଶୁଭଫଳ ମିଳିବ।

- Advertisement -

ମିଥୁନ: ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଠାରେ ପାରିବାରିକ ସୁଖ-ସମୃଦ୍ଧି ଅବ୍ୟାହତ ରହିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଦ୍ୱିଗୁଣିତ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହେବେ। ସୁଖ ଭୋଗ କରିବେ।

କର୍କଟ: ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ଲାଭର ସୌଭାଗ୍ୟ ରହିଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ଯାନ-ବାହନ ସୁଖ ମିଳିବ। ଉତ୍ତମ ବଚନରେ ପଟୁତା ପ୍ରଦର୍ଶନ କରିବେ। ସର୍ବ ସୁଖର ଅଧିକାରୀ ହେବେ।

ସିଂହ: ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ଯଥେଷ୍ଟ ପରିମାଣର ହେବ। ସର୍ବଦା ସମୃଦ୍ଧ ବହୁ ସହୃଦଙ୍କ ସାହାଯ୍ୟ ପାଇବେ। ସଙ୍ଗୀତ ପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ସରକାରୀ ଧନ ମିଳିବ। ମଘା ଓ ଉତ୍ତରା ଫାଲ୍‍ଗୁନୀଙ୍କର ସମଫଳ।

କନ୍ୟା: ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ମୁହାଁ ମୁହିଁ ହୋଇ ଶତ୍ରୁକୁ ପରାସ୍ତ କରିବେ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ବୃଦ୍ଧିମାନ୍‍ ହେବେ। ଯାନ-ବାହନ ଜନିତ ସୁଖଭୋଗ କରିବେ। ସରକାରୀ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ। ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରାର ସମଫଳ।

ତୁଳା: ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦୀର୍ଘଦିନର ଆଶା ପୂରଣ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖ ଭୋଗ କରିବେ। ଚିତ୍ରା ନକ୍ଷତ୍ରର ସାମାନ୍ୟ ଫଳ ଭୋଗ।

ବିଛା: ବିଶାଖା ଓ ​‌େଜ୍ୟଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଯୁଗ୍ମ ବ୍ୟବସାୟରେ ଲାଭବାନ୍‍ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ସମଫଳ ପାଇପାରନ୍ତି।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପରେ ନିର୍ଭରଶୀଳ ହେବେ। ଯଶ ଅର୍ଜନ କରିବେ। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ମୂଳା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ।

ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କର ପ୍ରିୟ ଭାଜନ ହେବେ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି।

କୁମ୍ଭ: ଶତଭିଷା ଓ ପୂର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ନାନା ସୁନ୍ଦର ବସ୍ତ୍ର ଲାଭ କରିପାରନ୍ତି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ତେଜୀୟାନ୍‍ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ବହୁ ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ଧନିଷ୍ଠାର ସାମାନ୍ୟ ଫଳ।

ମୀନ: ପୂର୍ବ ଭାଦ୍ର ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି। ସର୍ବଦା ବିନୟୀଭାବ ପ୍ରକାଶ କରିପାରନ୍ତି। ଗୁଣବାନ୍‍ ଓ ନୀତିଯୁକ୍ତ ହେବେ। ଉତ୍ତର ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories