www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ୪ ଦୋଷୀ ସାବ୍ୟସ୍ତ

ପଞ୍ଚକୁଲା/ପାନିପଥ : ବହୁଚର୍ଚ୍ଚିତ ସିର୍ସା ସାମ୍ବାଦିକ ରାମଚନ୍ଦ୍ରଙ୍କ ହତ୍ୟା ମାମଲାରେ ଶୁକ୍ରବାର ପଞ୍ଚକୁଲାସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତ ରାମ ରହିମଙ୍କ ସମେତ ୪ ଜଣଙ୍କୁ ଦୋଷୀ ଘୋଷଣା କରିଛନ୍ତି। କୋର୍ଟ ଜାନୁଆରୀ ୧୭ରେ ସେମାନଙ୍କ ବିରୋଧରେ ଦଣ୍ଡାଦେଶ ପ୍ରକାଶ କରିବେ। ଜାନୁଆରୀ ୨ରେ ସିବିଆଇ କୋର୍ଟ ୧୬ ବର୍ଷ ପୁରୁଣା ଏହି ମାମଲାରେ ଅଭିଯୁକ୍ତ ଗୁରମିତ ରାମ ରହିମ, ନିର୍ମଳ, କୁଳଦୀପ ଏବଂ କୃଷ୍ଣା ଲାଲଙ୍କୁ ହାଜର କରିବାକୁ ନିର୍ଦେଶ ଦେଇଥିଲେ। ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍‍ ଜଗଦୀପ ସିଂହ ଏହି ମାମଲାରେ ଉପରୋକ୍ତ ୪ ଜଣଙ୍କୁ ଦୋଷୀ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ ଡେରାସଚ୍ଚା ମୁଖ୍ୟ ରାମ ରହିମଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଦୁଇ ଜଣ ସ୍ୱାଧୀ ଏକ ପତ୍ର ଲେଖିଥିଲେ। ସେହି ପତ୍ର ଆଧାରରେ ସାମ୍ବାଦିକ ଛତ୍ରପତି ନିଜ ଖବରକାଗଜରେ ଏକ ଖବର ପ୍ରକାଶ କରିଥିଲେ। ଖବରକୁ ଚାପି ଦେବା ପାଇଁ ଛତ୍ରପତିଙ୍କ ଉପରେ ଚାପ ପକାଯାଇଥିଲା। ହେଲେ ସେ ଚାପକୁ ଖାତିର କରିନଥିଲେ। ୨୦୦୨ ଅକ୍ଟୋବର ୨୪ରେ ତାଙ୍କୁ ଗୁଳି ମରାଯାଇଥିଲା। ସହି ବର୍ଷ ନଭେମ୍ବର ୨୧ରେ ଦିଲ୍ଲୀର ଆପୋଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଗୁଳି ଚଲାଯାଇଥିବା ବନ୍ଧୁକର ଲାଇସେନ୍ସ ଡେରା ସଚ୍ଚା ସୌଦାର ପରିଚାଳକ କୃଷ୍ଣ ଲାଲଙ୍କ ନାମରେ ରହିଛି। ଏନେଇ ଗୁରମିତ ରାମ ରହିମଙ୍କ ବିରୋଧରେ ହତ୍ୟା ଅଭିଯୋଗ କରାଯାଇଥିଲା।
ପ୍ରକାଶ ଯେ ଏହା ପୂର୍ବରୁ ଦୁଇଟି ଯୌନ ନିର୍ଯାତନା ମାମଲାରେ ରାମ ରହିମଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ହୋଇଛି। ସେ ଏବେ ଜେଲରେ ଅଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories