www.samajalive.in
Sunday, December 7, 2025
16.1 C
Bhubaneswar

ପତଞ୍ଜଳି ଯୋଗ ସମିତି ପକ୍ଷରୁ ୨ଦିନିଆ ଯୋଗ ଶିବିର ଆୟୋଜିତ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗ ସମିତି ତରଫରୁ ୨ଦିନିଆ ଯୋଗ ଶିବିର ପାଳିତ ହୋଇଯାଇଛି। ଜିଲ୍ଲାର ସୁନାମଧନ୍ୟ ଯୋଗାଚାର୍ୟ୍ୟ ରାଜେଶ ଆର୍ୟ୍ୟଙ୍କ ଉପସ୍ଥିତିରେ ସମସ୍ତ ଶିବିରାର୍ଥୀଙ୍କୁ ଯୋଗ,ପ୍ରାଣାୟମ, ଆସନ ସହ ପ୍ରାକୃତିକ ଚିକିତ୍ସା ଓ ଆକ୍ୟୁପ୍ରେସର(ମର୍ମ)ଚିକିତ୍ସାର ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ।
ଉକ୍ତ ଶିବିରରେ ଅଂଶଗ୍ରହଣ କରିଥିବା ଶିବିରାର୍ଥୀଙ୍କୁ କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ କପାଳଭାତି,ଭସ୍ତିକା,ଊଜାଇ,ଅନୁଲମବିଲମ ଏବଂ ଆୟୁର୍ବେଦ ଓ ଗିଲୋୟ,ହଳଦୀ,ଗୋଲମରିଚ, ଅଦା,ତୁଳସୀପତ୍ର ସମସ୍ତଙ୍କୁ କାଢାବନାଇ ପିଇବାପାଇଁ ପରାମର୍ଶ ଦେଇଥିଲେ।ତେବେ ଯୋଗ କରିବା ଦ୍ବାରା ଶରୀରରେ ଏକାଗ୍ରତା ଆସିବା ସହ ଶ୍ବାସକିୟା ମଜବୁତ ରହିବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ ହୋଇଥାଏ।ଯୋଗକରିବା ଦ୍ବାରା ମଣିଷ ଜୀବନରେ ରୋଗବ୍ୟାଧି ଠାରୁ ଦୂରେଇ ରହିବା ସହ ଯୋଗକୁ ନିଜ ପ୍ରତିଦିନ ଦିନଚର୍ୟ୍ୟାରେ ସାମିଲ କରିବା ପାଇଁ ସମସ୍ତଙ୍କୁ ପ୍ରେରିତ କରାଇଥିଲେ।।
ତେବେ ଗିଲୋୟର ପ୍ରୟୋଗ ଓ ଉପକାରିତା ଓ ମହତ୍ତ୍ଵ ସର୍ମ୍ପକରେ ବୁଝାଇବା ସହ ନିଜ ଘରବାଡିରେ ଗିଲୋୟ ଚାରାନେଇ ରୋପଣ କରିବାକୁ କହିଥିଲେ।ଏନେଇ ପବିତ୍ର ଗୁରୁପୂଣ୍ଣିମା ଉପଲକ୍ଷେ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ପତଞ୍ଜଳି ସ୍ବଦେଶୀ ସମୃଦ୍ଧି କାର୍ଡ଼ ଜରିଆରେ ପତଞ୍ଜଳି ଜିନିଷ କ୍ରୟ ଉପରେ ବିଶେଷ ରିହାତି ପ୍ରଦାନ କରାଯାଉଥିବା ସହ ୫ଲକ୍ଷଟଙ୍କାର ଦୁର୍ଘଟଣା ବୀମା, ଦୁର୍ଘଟଣାରେ ଶାରୀରିକ ବିକଳାଙ୍ଗ ଆଦି ଲୋକଙ୍କୁ ବୀମା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଲୋକଙ୍କୁ ନିକଟସ୍ଥ ପତଞ୍ଜଳି କେନ୍ଦ୍ରକୁ ଯାଇ ସ୍ବଦେଶୀ ସମୃଦ୍ଧି କାର୍ଡ଼ ଲାଭ ନେବା କହିଥିଲେ ।ଏଥିସହ ରାମନାଗୁଡା ପତଞ୍ଜଳି ଯୋଗ ସମିତି ଏକ ନୂତନ କମିଟି ଗଠନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ କେସିଙ୍ଗପୁର ପ୍ରଭାରୀ ଭୋଳଶ୍ବର ଆର୍ୟ୍ୟ ଏବଂ ରାମନାଗୁଡା ପତଞ୍ଜଳି ଯୁବ ପ୍ରଭାରୀ ରାକେଶ କୁମାର ବେହେରାଙ୍କ ସମେତ ମହିଳା ପତଞ୍ଜଳି ଯୋଗସମିତି ପ୍ରଭାରୀ ସସ୍ମିତା ବେହେରା ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିିଥିବାବେଳେ ବିଶ୍ୱନାଥ ସେନାପତି, ନବୀନ ନାୟକ ପ୍ରମୁଖ ଶିବିରରେ ଭାଗନେବା ସହ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories