www.samajalive.in
Tuesday, December 9, 2025
16.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ରାମବିଳାସଙ୍କ ଶେଷକୃତ୍ୟ

ପାଟନା : ପାଟନାର ଦୀଘା ସ୍ଥିତ ଜନାର୍ଦ୍ଦନଘାଟରେ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶନିବାର ଅପରାହ୍ଣରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତ୍ର ଚିରାଗ ପାଶ୍ବାନ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ​ସେ ବେ​ହୋଶ ହୋଇ ତଳେ ପଡିଯାଇଥିଲେ।

ପାଟନାର ଦୀଘା ସ୍ଥିତ ଜନାର୍ଦ୍ଦନଘାଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଗିରିରାଜ ସିଂହ, ନିତ୍ୟାନନ୍ଦ ରାୟ, ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶୋକାକୂଳ ପରିବେଶରେ ରାମବିଳାସ ପାଶୱାନଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ୭୪ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହାସପାତାଳରେ ରାମବିଳାସ ପାଶୱାନଙ୍କ ପରଲୋକ ଘଟିଥିଲା।

ପୂର୍ବରୁ ପାଟନାସ୍ଥିତ ତାଙ୍କ ବାସଭବନରୁ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଲୋକ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ପାର୍ଟି କାର୍ଯ୍ୟାଳୟଠାରେ ରଖାଯାଇଥିଲା। ସୂଚନାଯୋଗ୍ୟ, ରାମବିଳାସ ପାଶୱାନ ଭାରତୀୟ ରାଜନୀତିରେ ଜଣେ ତୁଙ୍ଗ ନେତା ଥିଲେ। ହାଜିପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ୮ଥର
ନିର୍ବାଚିତ ହୋଇଥିଲେ। ୪ଲକ୍ଷ ୨୪ହଜାର ଭୋଟ୍‍ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କଠାରୁ ବିଜୟୀ ହୋଇ ସେ ଗିନିଜ୍‍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲେ। ବିଶ୍ୱରେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ନେତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଏତେ ଭୋଟ୍‍ ବ୍ୟବଧାନରେ ବିଜୟୀ
ହୋଇନାହାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories