www.samajalive.in
Monday, December 8, 2025
27.1 C
Bhubaneswar

ରାମ ମନ୍ଦିର ନିମନ୍ତ୍ରଣ ପତ୍ରରେ ‘ସିକ୍ୟୁରିଟି କୋଡ଼୍’; ଭୂମିପୂଜା ସ୍ଥାନକୁ ମୋବାଇଲ୍ ମନା

ଭୂମି ପୂଜନ ନିମନ୍ତେ  ୧୫୦୦ ରୁ ଅଧିକ ପବିତ୍ର ସ୍ଥାନରୁ ମାଟି ଏବଂ ୧୦୦ ରୁ ଅଧିକ ନଦୀରୁ ଜଳ

ରାମମନ୍ଦିର ଭୂମିପୂଜନ ନିମନ୍ତେ ପ୍ରଦାନ କରାଯାଇଥିବା ପ୍ରତ୍ୟେକ ନିମନ୍ତ୍ରଣ ପତ୍ରରେ ଅଲଗା ଅଲଗା ସିକ୍ୟୁରିଟି କୋଡ଼୍ ରହିଛି ଏବଂ ଏଥିରେ ଜଣେ ବ୍ୟକ୍ତି ଥରକ ପାଇଁ ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ରହିଛି ବୋଲି କହିଛନ୍ତି ରାମମନ୍ଦିର ତୀର୍ଥକ୍ଷେତ୍ର  ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ । ଭୂମିପୂଜନ ନିମନ୍ତେ ସୁରକ୍ଷା ବ୍ୟବସ୍ଥା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାୟ ଶାନ୍ତିପୂର୍ଣ ଭାବରେ ପୂଜନ କାର୍ଯ୍ୟ ଶେଷ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଶ୍ରୀ ରାୟ କହିଛନ୍ତି ଯେ ଭୂମିପୂଜା ସ୍ଥାନକୁ କୌଣସି ମୋବାଇଲ ଫୋନ ନିଆଯିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଉପସ୍ଥିତ ଲୋକମାନଙ୍କୁ କୌଣସି ବ୍ୟାଗ୍, ବଟୁଆ ନେବା ପାଇଁ ମଧ୍ୟ ଅନୁମତି ନାହିଁ । ପ୍ରତ୍ୟେକ ଅତିଥିଙ୍କୁ ଯେଉଁ ନିମନ୍ତ୍ରଣ ପତ୍ର ଦିଆଯାଇଛି ସେଥିରେ ଏକ କୋଡ଼ ରହିଛି । ସେହି କୋର୍ଡ ଅନୁସାରେ ସେମାନେ ଥରେ ଭିତରକୁ ପ୍ରବେଶ କରିପାରିବେ । ସେ ଯଦି ଥରେ ବାହାରକୁ ଆସିବେ ଆଉ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

- Advertisement -

ସମାରୋହ ପାଇଁ ୧୩୩ ସାଧୁସନ୍ଥ ଓ ସମାରୋହ ନିମନ୍ତେ ୧୭୫ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ନେପାଳର ଜନକ ମଣ୍ଡଳର ମହନ୍ତଙ୍କୁ  ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବାର ୨ ଘଣ୍ଟା ପୂର୍ବରୁ ସମସ୍ତଙ୍କ ସ୍ଥାନରେ ପହଞ୍ଚିବା ବାଧ୍ୟତାମୂଳକ ହେବ। ପୂଜା ଦିନ ସବୁ ଦେବତା ସବୁଜ ରଙ୍ଗର ପୋଷାକ ପିନ୍ଧିବେ କାରଣ ସବୁଜ ରଙ୍ଗ ସମୃଦ୍ଧିର ସଙ୍କେତ ଦେଇଥାଏ। ଏହି ସମାରୋହ ପାଇଁ ଦେଶର ୧୫୦୦ ରୁ ଅଧିକ ପବିତ୍ର ସ୍ଥାନରୁ ମାଟି ଏବଂ ୧୦୦ ରୁ ଅଧିକ ନଦୀରୁ ଜଳ ପୂଜନ ସମାରୋହ ପାଇଁ ଭକ୍ତମାନେ ଆଣିଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories