www.samajalive.in
Sunday, December 7, 2025
13.1 C
Bhubaneswar

ଅଯୋଧ୍ୟା ଅଧ୍ୟାଦେଶକୁ ନେଇ ଓୱେସୀର ଚେତାବନୀ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମ କୋର୍ଟର ଶୁଣାଣି ୩ମାସ ପାଇଁ ଘୁଞ୍ôଚବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏଆଇଏମଆଇଏମ ପ୍ରମୁଖ ଅସଦଉଦ୍ଧିନ୍‍ ଓୱେସୀ ଉକ୍ତ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।
କୋର୍ଟ ଶୁଣାଣି ଘୁଞ୍ôଚବା ପରେ ଶ୍ରୀ ଓୱେସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିଜେପି ନେତାଙ୍କ ଦ୍ୱାରା ଅଧ୍ୟାଦେଶ ପ୍ରସଙ୍ଗକୁ କଡ଼ା ବିରୋଧ କରିଛନ୍ତି। ଯେତେବେଳେ ସୁପ୍ରିମ କୋର୍ଟରେ ପ୍ରଧାନ ବିଚାରପତି ଜାନୁଆରୀରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦେଶ ଦେଇଛନ୍ତି ସେତେବେଳେ ଅଧ୍ୟାଦେଶ ବଳରେ ଉକ୍ତ ପ୍ରସଙ୍ଗକୁ ସଂସଦରେ ଆଣିବାର କେନ୍ଦ୍ର ସରକାରଙ୍କ ପାଖରେ କୌଣସି ଅଧିକାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ ବରିଷ୍ଠ ବିଜେପି ନେତା ଗିରିରାଜ ସିଂହଙ୍କୁ ଆଟୋନି ଜେନେରାଲ ପଦ ପ୍ରଦାନ କରିଛନ୍ତି। କେଉଁ ଉଦ୍ଦେଶ୍ୟରେ ବିଜେପିର ବରିଷ୍ଠ ନେତା ହିନ୍ଦୁମାନଙ୍କ ଧୈର୍ଯ୍ୟଚ୍ୟୁତି ହେଉଛି ବୋଲି କହୁଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଅଯୋଧ୍ୟା ମାମଲା ଏକ ଟାଇଟଲ ସୁଟ ଭାବେ ବିଚାର କରାଯାଉ ଥିବାବେଳେ ଏହାକୁ କେଉଁ ଉଦ୍ଦେଶ୍ୟରେ ସଂସଦରେ ଅଧ୍ୟାଦେଶ ବଳରେ ଅଣାଯିବ ବୋଲି ଶ୍ରୀ ଓୱେସୀ ପାଲଟା ପ୍ରଶ୍ନ କରିଛନ୍ତି।
ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ଆରଏସଏସ ସ୍ୱତନ୍ତ୍ର ଆଇନ ବଳରେ ମନ୍ଦିର ନିର୍ମାଣ କରିବାକୁ ଦାବି କରୁଥିବାବେଳେ କଂଗ୍ରେସ ଅଦ୍ୟାବଧି କୋର୍ଟ ନିର୍ଦେଶକୁ ଅପେକ୍ଷା କରିବା ସପକ୍ଷରେ ଯୁକ୍ତି ବାଢିବାରେ ଲାଗିଛି।
ଅପରପକ୍ଷରେ ନିର୍ମୋହି ଆଖଡ଼ା ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଜିର ଶୁଣାଣି ପରେ ଉକ୍ତ ମାମଲାର ଚୂଡ଼ାନ୍ତ ଶୁଣାଣି ମେ ମାସରେ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ତେବେ ଏହି ମାମଲାକୁ ନେଇ ରାଜନୀତି ବନ୍ଦ ହେଲେ ମୁସଲିମ ବୋର୍ଡ଼ ଜମି ହସ୍ତାନ୍ତର କରିବାକୁ ରାଜି ହୋଇଯିବେ ବୋଲି ଯୁକ୍ତି ବାଢିଛନ୍ତି। ଏଭଳି ପରିସ୍ଥିତିରେ ଓୱେସୀ ସିଧାସଳଖ ମୋଦୀ ସରକାରଙ୍କୁ ଅଧ୍ୟାଦେଶ ନାମରେ ଚେତାବନୀ ଦେବା ତାଙ୍କ ରଣନୀତିକୁ ସ୍ପଷ୍ଟ କରିଥିବାବେଳେ ମୋଦୀ ସରକାର ଏ ଦିଗରେ କେଉଁ ରଣନୀତି ଆପଣେଇବେ ଏହାକୁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories