କ୍ବାରେଣ୍ଟାଇନ୍ ସମୟରେ ଚଳଚ୍ଚିତ୍ର ସୁଟିଂକୁ ଏକ ଲମ୍ବା ସମୟ ନିମନ୍ତେ ସ୍ଥଗିତ ରଖାଯାଇଛି। ଏଣୁ କଳାକାରମାନେ ଆଜିକାଲି ଘର କାମରେ ମନ ଦେଇଛନ୍ତି। ଲକ୍-ଡାଉନ୍ କାରଣରୁ ସେମାନଙ୍କ ସହଯୋଗୀମାନେ କୌଣସି ପ୍ରକାର ସହାୟତା କରିପାରୁନାହାନ୍ତି। ଏପରିସ୍ଥଳେ ସୁନ୍ଦରୀ କ୍ୟାଟ୍ରିନା ବାସନ ମାଜୁଥିବାବବେଳେ ସୋନାକ୍ଷୀ ଆଜିକାଲି ପୋଷାକପତ୍ର ସଫା କରୁଛନ୍ତି। ଏଇ ସମୟରେ ଅଭିନେତ୍ରୀ ରାକୁଲ୍ ପ୍ରୀତ୍ ନିଜେ ରୋଷେଇ କରି ପ୍ରଶଂସକଙ୍କୁ ତାଙ୍କ ସୁସ୍ଥ ଜୀବନଶୈଳୀ ବାବଦରେ ଅବଗତ କରାଇଛନ୍ତି। ସକାଳ ଜଳଖିଆରେ ପରଟା, ତରକାରି ଖାଇବା ସହ ଡ୍ରାଏଫ୍ରୁଟସ୍ ସେ ଖାଉଥିବାର ଜଣାଇଛନ୍ତି। ଦ୍ବିପହର ଭୋଜନରେ ସୁଆଦିଆ ପଲଉ ଓ ରାଜମା ତରକାରି ତିଆରି କରି ସପରିବାର ଖାଇବାର ମଜା ନେଇଛନ୍ତି। ତାଙ୍କ ମତରେ ଘରେ ବସି ରହିଲେ, ବିରକ୍ତ ଲାଗିବା ସ୍ବାଭାବିକ। ଏଣୁ ସେ ବିଭିନ୍ନ କାମରେ ଆଜିକାଲି ମନ ଲଗାଉଥିବାର ହସିହିସି ଭିଡିଓରେ କହିଛନ୍ତି।
Popular Categories



