www.samajalive.in
Tuesday, December 9, 2025
17.1 C
Bhubaneswar

ସିଆଚୀନ୍‍ ଗ୍ଲେସିୟର୍‍ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ,ସୁରକ୍ଷା ପରିସ୍ଥିତିର ସମୀକ୍ଷା କଲେ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ସର୍ବୋଚ୍ଚ ବରଫାବୃତ୍ତ ଅଞ୍ଚଳ ସିଆଚେନ୍‍ ଯାଇ ନିରାପତ୍ତା ପରିସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କ ସହ ପଦାତିକ ବାହିନୀ ମୁଖ୍ୟ ବିପିନ ରାୱତ ମଧ୍ୟ ଯାଇଥିଲେ। ସୈନ୍ୟ ଓ ଅଧିକାରୀମାନେ ସେଠାରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ  ସଂକ୍ରାନ୍ତରେ ମଧ୍ୟ ସେ ଆଲୋଚନା କରିଛନ୍ତି । ପଦାତିକ ବାହିନୀର ପ୍ରସ୍ତୁତି ସମେତ ଚତୁର୍ଦ୍ଦଶ ଓ ପଞ୍ଚଦଶ କର୍ପସ୍‍ କାର୍ଯ୍ୟଧାରା ସଂକ୍ରାନ୍ତରେ ଶ୍ରୀ ସିଂହଙ୍କୁ ଉପସ୍ଥାପନା ଦିଆଯାଇଛି। ପଦାତିକ ବାହିନୀର ଚତୁର୍ଦ୍ଦଶ କର୍ପସ୍‍ ଚୀନ୍‍ ସହ ପ୍ରକୃତ ନିୟନ୍ତ୍ରଣ ରେଖା ଓ ପାକିସ୍ତାନ ସହ ନିୟନ୍ତ୍ରଣ ରେଖାରେ ପହରା ଦେଉଛି।
ଶ୍ରୀନଗର ଭିତ୍ତିକ ପଞ୍ଚଦଶ କର୍ପସ୍‍କୁ କାଶ୍ମୀର ଉପତ୍ୟକାରେ ସନ୍ତ୍ରାସବାଦୀ ଦମନ କାର୍ଯ୍ୟ ପାଇଁ ମୁତୟନ କରାଯାଇଛି। ସିଆଚେନ୍‍ ଗ୍ଲେସିୟର୍‍ ହେଉଛି
କାରାକୋରମ୍‍ ପାର୍ବତ୍ୟାଞ୍ଚଳର ବିଶ୍ୱର ସର୍ବୋଚ୍ଚ ସାମରିକ ଜୋନ୍‍ ଯେଉଁଠି ଯବାନମାନେ ହିମପାତ ଓ ପ୍ରବଳ ପବନ ମଧ୍ୟରେ ଯୁଦ୍ଧ କରିଥାନ୍ତି। ଟ୍ୱିଟ୍‍ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପ୍ରତିକୂଳ ପାଗ ସତ୍ତ୍ବେ ଦେଶର ଯବାନମାନେ ସିଆଚେନ୍‍ରେ ଅତ୍ୟନ୍ତ ସାହସ ଓ ଶକ୍ତିର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ସେମାନଙ୍କ ସାହସ ଓ ଶକ୍ତିକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ୟାଲୁଟ୍‍ କରିଛନ୍ତି। ସିଆଚୀନ୍‍ ଯୁଦ୍ଧସ୍ମାରକୀଠାରେ ସେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories