www.samajalive.in
Thursday, December 11, 2025
27.1 C
Bhubaneswar

ବରୀରେ ବିଜେଡି, କଂଗ୍ରେସ ଉପରେ ବର୍ଷିଲେ ରାଜନାଥ

ଯାଜପୁର: ଯାଜପୁର ଜିଲାର ବରୀରେ ଗୁରୁବାର ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇ ରାଜ୍ୟର ବିଜେଡି ସରକାର ଏବଂ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ରାଜନାଥ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ କହିଥିଲେ, ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଛି। କିନ୍ତୁ ଓଡ଼ିଶାରେ ନବୀନ ବାବୁ ଏହି ଯୋଜନା ଲାଗୁ କରିନାହାନ୍ତି। ଏଭଳି କରି ସେ ଗରିବଙ୍କୁ ହତାଶ କରିଛନ୍ତି। ଓଡ଼ିଶାରେ ବିଜେପିକୁ ମାତ୍ର ୫ବର୍ଷ ସୁଯୋଗ ଦିଅନ୍ତୁ। ଆମେ ରାଜ୍ୟକୁ ୧ ନମ୍ବର କରିବୁ। ଯେଉଁ ରାଜ୍ୟରେ ବିଜେପି ସରକାର ଚାଲିଛି ସେଠାରେ ବିକାଶମୂଳକ କାର୍ଯ୍ୟ ଦେଖିଆସନ୍ତୁ। ୨୦ ବର୍ଷ ଶାସନ କରିବା ସତ୍ବେ ନବୀନ ଓଡ଼ିଶାର ବିକାଶ କରିପାରି ନାହାନ୍ତି। ୨୦୨୨ ସୁଦ୍ଧା ସବୁ ଭାରତୀୟଙ୍କୁ ପକ୍କା ଘର, ଗ୍ୟାସ୍‌ ସଂଯୋଗ ଯୋଗାଇ ଦିଆଯିବ ବୋଲି ରାଜନାଥ କହିଥିଲେ।

କଂଗ୍ରେସକୁ ଟାର୍ଗେଟ କରି ସେ କହିଥିଲେ ଯେ, ଏହି ଦଳ ସବୁବେଳେ ଗରିବୀକୁ ପ୍ରସଙ୍ଗ କରିଛି। କିନ୍ତୁ ଭାରତ ଗରିବ ମୁକ୍ତ ହୋଇନି। ଯେବେ ଭାରତ କଂଗ୍ରେସ ମୁକ୍ତ ହେବ, ସେବେ ଦେଶ ଗରିବ ମୁକ୍ତ ହୋଇଯିବ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories