www.samajalive.in
Monday, December 8, 2025
27.1 C
Bhubaneswar

ଯୌନ ନିର୍ଯାତନା ଅଭିଯୋଗ ପରେ କ୍ଷମା ମାଗିଲେ ନିର୍ମାତା, ଅଭିନେତା ରଜତ କପୁର

ମୁମ୍ବଇ : ଦୁଇ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଅଭିନେତା ତଥା ନିର୍ମାତା ରଜତ କପୁର କ୍ଷମାପ୍ରାର୍ଥନା କରିଛନ୍ତି। କପୁର ସେମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଥିଲେ ବୋଲି ସମ୍ପୃକ୍ତ ମହିଳା ଦ୍ୱୟ ସାମାଜିକ ଗଣମାଧ୍ୟମରେ ସାମ୍ବାଦିକା ସନ୍ଧ୍ୟା ମେନନଙ୍କ ସହିତ ବାର୍ତ୍ତା ଜରିଆରେ ଆଲୋଚନା କରିଥିଲେ। ଉକ୍ତ ବାର୍ତ୍ତାଗୁଡିକୁ ମେନନ୍‍ ସାର୍ବଜନୀନ କରିବା ପରେ କପୁର ଟ୍ୱିଟର ମାଧ୍ୟମରେ କ୍ଷମାପ୍ରାର୍ଥନା କରିଛନ୍ତି। ଆପଣଙ୍କ ସ୍ୱର ଯେଭଳି ସେକ୍ସି ଆପଣ କ’ଣ ଠିକ ସେହିଭଳି ସେକ୍ସି ବୋଲି ୨୦୦୭ରେ ଟେଲିଫୋନ୍‍ ଦ୍ୱାରା ଏକ ସାକ୍ଷାତକାର ବେଳେ କପୁର ତାଙ୍କୁ ପ୍ରଶ୍ନ କରିଥିବା ଜଣେ ମହିଳା ଉଲ୍ଲେଖ କରିଛନ୍ତି। ସେହିଭଳି ଅତୀତରେ ସହଯୋଗୀ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ମହିଳା କହିଛନ୍ତି, କପୁର ତାଙ୍କୁ ଏକାଧିକ ଥର ଫୋନ୍‍ କରି ତାଙ୍କ ସହିତ ଖାଲି ଘରେ ଏକ ଫିଲ୍ମ ଶୁଟିଂ କରିବାକୁ ଚାହୁଁଥିବା କହିଥିଲେ। ଏହି ଘଟଣା ୧୦ ବର୍ଷ ପୂର୍ବେ ଘଟିଥିବା ସମ୍ପୃକ୍ତ ମହିଳା ସାମ୍ବାଦିକାଙ୍କ ନିକଟରେ ପ୍ରକାଶ କରିଛନ୍ତି। ସାମ୍ବାଦିକା ଏହି ବାର୍ତ୍ତାଳାପ ସାର୍ବଜନୀନ କରିବା ପରେ କପୁର ଟ୍ୱିଟରରେ ଲେଖିଛନ୍ତି ଯେ ସାରା ଜୀବନ ଜଣେ ଭଦ୍ର ବ୍ୟକ୍ତି ଭାବେ ଭାବମୂର୍ତ୍ତି ଗଠନ କରିବାକୁ ଉଦ୍ୟମ କରିଛନ୍ତି। ଯଦି କେବେ କେଉଁଠି କାହାରିକୁ ତାଙ୍କ କଥା ବା ବ୍ୟବହାର ଖରାପ ଲାଗିଛି ସେଥିପାଇଁ ସେ କ୍ଷମାପ୍ରାର୍ଥନା କରୁଛନ୍ତି। ମାତ୍ର ତାଙ୍କର ଏଭଳି କ୍ଷମାପ୍ରାର୍ଥନାକୁ ସାମାଜିକ ଗଣମାଧ୍ୟମରେ ସହଜରେ ଗ୍ରହଣ କରାଯାଇ ନାହିଁ। ବରଂ କ୍ଷମାପ୍ରାର୍ଥନା ପାଇଁ ବହୁ ବିଳମ୍ବ ହୋଇଯାଇଛି ବୋଲି ଟ୍ୱିଟର ବ୍ୟବହାରକାରୀମାନେ ମନ୍ତବ୍ୟ ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories