ବର୍ଷା ପାଇଁ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ସତର୍କତା ଜାରି
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ
ଭୁବନେଶ୍ୱର : ବର୍ଷା ପାଇଁ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଏସଆରସିଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଜି ଠାରୁ ୧୯ ଯାଏଁ ପ୍ରବଳ ବର୍ଷା ନେଇ ଆଇଏମଡି ଆକଳନ ପରେ ସତର୍କତା ଜାରି ହୋଇଛି। ବନ୍ୟା ସ୍ଥିତି ସହ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କାରେ ସତର୍କତା ଜାରି ସହ ସହରର ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପମ୍ପ ଲଗାଇ ବର୍ଷା ଜଳ ନିଷ୍କାସନ କରିବାକୁ ଓ ଜଳ ନିଷ୍କାସନ ଲାଗି ଡ୍ରେନଗୁଡିକୁ ସଫା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) July 15, 2023
ଏହାସହ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ। ଆସନ୍ତା ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ସହ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
Comments are closed.