www.samajalive.in
Tuesday, December 9, 2025
17.1 C
Bhubaneswar

ଏଥର ଭାରତରେ ସ୍ୱାଭାବିକ ବର୍ଷା : ସ୍କାଏମେଟ୍‌

ନୂଆଦିଲ୍ଲୀ ..- ଚଳିତ ବର୍ଷ ମୌସୁମୀ ବାୟୁ ସଠିକ୍‌ ଭାବେ ସଚଳ ହେବ ଓ ଦେଶରେ  ସ୍ୱାଭାବିକ ଭାବେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ ସଂସ୍ଥା ସ୍କାଏମେଟ୍‌ ପ୍ରକାଶ କରିଛି । ପ୍ରାଥମିକ ରିପୋର୍ଟ ଅନୁସାରେ ସାଧାରଣ ପରିମାଣରେ ବର୍ଷା ହେବାର ସମ୍ଭାବନା ୫୦ ପ୍ରତିଶତ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ସ୍କାଏମେଟ୍‌ ୨୦୧୨ ମସିହାରୁ ମୌସୁମୀ ଓ ପାଣିପାଗର ବିଭିନ୍ନ ସୂଚନା ସଠିକ୍‌ ଭାବେ ପ୍ରଦାନ କରିଆସୁଛି । ଏହାର ଓ୍ୱେବସାଇଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ  ଚଳିତ ବର୍ଷ ଏଲ୍‌ ନିନୋର ପ୍ରଭାବ ରହିଛି । ଏବେ ବି ମୌସୁମୀ ବାୟୁ ସମ୍ପର୍କରେ ପୂର୍ବାନୁମାନ କରିବାକୁ ଆହୁରି ସମୟ ବାକିଥିଲେ ମଧ୍ୟ ପାଣିପାଗ ସମ୍ବନ୍ଧିତ ବିଭିନ୍ନ ତଥ୍ୟକୁ ଏକାଠି କରି ସ୍କାଏମେଟ୍‌ ଏହି ପ୍ରଥମ  ପୂର୍ବାନୁମାନ ରିପୋର୍ଟ ଜାରି କରିଛି । ସାଧାରଣତଃ ମେ୧୫ରୁ ଏପ୍ରିଲ ୧୫ ତାରିଖ ମଧ୍ୟରେ ସ୍କାଏମେଟ୍‌ ପ୍ରଥମ ରିପୋର୍ଟ ପ୍ରକାଶ କରିଥାଏ ।

- Advertisement -

ଏଲ୍‌ ନିନୋର ପ୍ରଭାବ ମୌସୁମୀ ବାୟୁ ଉପରେ ପଡିଥାଏ । ଡିସେମ୍ବର ମାସ ପର୍ଯ୍ୟନ୍ତ ଏଲ୍‌ନିନୋର ପ୍ରଭାବ ଅଧିକ ଥିଲା । ମାତ୍ର ଏହାପରେ ଏହାର ପ୍ରଭାବ ହ୍ରାସ ପାଇଥିବା ସଂସ୍ଥା ପ୍ରକାଶ କରିଛି । ଏଥିଯୋଗୁଁ ପ୍ରଚୁର ପରିମାଣରେ ବର୍ଷା ହୋଇ ନପାରେ ମାତ୍ର ସାଧାରଣତଃ ଯେତିକି ବର୍ଷା ହୋଇଥାଏ ସେତିକି ପରିମାଣରେ ବର୍ଷା ହେବ ବୋଲି ଏହି ପାଣିପାଗ ବିଜ୍ଞାନ ସଂସ୍ଥା ପ୍ରକାଶ କରିଛି। ସ୍କାଏମେଟ୍‌ର ପ୍ରବନ୍ଧ ନିର୍ଦେଶକ ଜତିନ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories