www.samajalive.in
Monday, December 8, 2025
20.1 C
Bhubaneswar

ସୁପ୍ରିମକୋର୍ଟ ବି ମାନିଲେ ଚୌକିଦାର ଚୋରି କରିଛି: ରାହୁଲ

ନୂଆଦିଲ୍ଲୀ: ରାଫେଲ ମାମଲାରେ ସୁପ୍ରିମକୋର୍ଟ ପୁଣି ଶୁଣାଣି କରିବେ ବୋଲି ବୁଧବାର କହିବା ପରେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ କଡ଼ା ସମାଲୋଚନା କରିଛନ୍ତି। ଆମେଠିରେ ନାମାଙ୍କନପତ୍ର ଦାଖଲ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିୀ କହିଛନ୍ତି, ସର୍ବୋର୍ଚ୍ଚ ନ୍ୟାୟାଳୟ ବି ଜାଣିପାରିଳେ ଯେ ଚୌକିଦାର ଚୋରି କରିଛି। ଗରିବଙ୍କ ଟଙ୍କା ଅନୀଲ ଅମ୍ବାନୀଙ୍କ ପଟେକରେ ଭର୍ତ୍ତି କରିଛନ୍ତି। ରାହୁଲ କହିଛନ୍ତି ଯେ, ଆଜି ଖୁସିର ଦିନ। ଅଦାଲତ ଆମ କଥା ରଖିଛନ୍ତି। ଏଥିସହ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ୧୫ ମିନିଟ ଲାଗି ବିତର୍କ ପାଇଁ ଆହ୍ବାନ କରିଛନ୍ତି। ଅନ୍ୟପଟେ ସରକାରଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମତ ରଖି କହିଛନ୍ତି ଯେ, ରାଫେଲ ମାମଲାର ଶୁଣାଣି ନେଇ ସୁପ୍ରିମକୋର୍ଟଙ୍କ ରାୟ କେନ୍ଦ୍ର ସରକାରଙ୍କୁ କୌଣସି ଝଟ୍‌କା ଦେଇନାହିଁ।

ତେବେ ରାହୁଲ କହିଛନ୍ତି, ସତ୍ୟ ସାମନାକୁ ନିଶ୍ଚୟ ଆସିବ। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ବିଟ କରି କହିଛନ୍ତି, ମୋଦୀ ଯେତେ ପାରୁଛନ୍ତି ଲୁଚି ପାରନ୍ତି, ଯେତେ ମିଛ କହିପାରନ୍ତି। କିନ୍ତୁ ଆଜି ନ ହେଲେ କାଲି ସତ୍ୟ ସାମ୍ନାକୁ ଆସିଯିବ। ରାଫେଲ ଦୁର୍ନୀତି ଉପରୁ ଗୋଟିଏ ପରେ ଗୋଟିଏ ପରଦା ଉଠୁଛି। ଏବେ କୌଣସି ଗୋପନୀୟତାର ଆଇନ ନାହିଁ, ଯାହା ପଛରେ ଆପଣ ଲୁଚି ପାରିବେ।

- Advertisement -

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍‌ କରି ଲେଖିଛନ୍ତି, ମୋଦୀ ସବୁଠି କହିଆସୁଥିଲେ କି ସୁପ୍ରିମକୋର୍ଟ ତାଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି। କିନ୍ତୁ ସୁପ୍ରିମକୋର୍ଟଙ୍କ ଆଜିର ନିଷ୍ପତ୍ତିରୁ ଏହା ପ୍ରମାଣିତ ହେଉଛି ଯେ, ମୋଦୀ ଚୋରି କରିଛନ୍ତି। ଦେଶର ସେନାକୁ ଧୋକା ଦେଇଛନ୍ତି। ସେହିପରି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷାକୁ ଢାଲ କରି ରାଫେଲ କାରବାରରେ ହୋଇଥିବା ବଡ଼ ଧରଣର ଭ୍ରଷ୍ଟାଚାରକୁ ଲୁଚାଇବାକୁ ମୋଦୀ ସରକାର କରିଥିବା ପ୍ରୟାସ ବିଫଳ ହୋଇଛି। ସଂସଦ ବାହାରେ ଏବଂ ଭିତରେ ମୋଦୀ ମିଛ କହି ଦେଶକୁ ବିପଥଗାମୀ କରିଛନ୍ତି। ଏଥିପାଇଁ ମୋଦୀ କ୍ଷମା ମାଗନ୍ତୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories