www.samajalive.in
Monday, December 8, 2025
27.1 C
Bhubaneswar

ଅଲବର ଗଣବଳାତ୍କାର ଘଟଣା; ପୀଡିତାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ : ରାଜସ୍ଥାନ ଅଲବର ଜିଲା ଅନ୍ତର୍ଗତ ଏକ ଅଞ୍ଚଳରେ ଗଣବଳାତ୍କାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ରହିଥିଲେ।
ଏହି ଘଟଣା ପରେ, ମୁଁ ତୁରନ୍ତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ କଥାବାର୍ତ୍ତା କରିଥିଲି। ଏଭଳି ସଙ୍ଗୀନ ଘଟଣା ମୋ ପାଇଁ ରାଜନୈତିକ ମୁଦ୍ଦା ନୁହେଁ’ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ‘ପୀଡିତାଙ୍କୁ ନ୍ୟାୟ ମିଳିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଅଲବର ଜିଲା ଥାନାଗାଜି ଅଞ୍ଚଳରେ ଅପ୍ରେଲ ୨୬ ତାରିଖରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଯାଉଥିବା ସମୟରେ ୬ଜଣ ଦବୃତ୍ତଙ୍କ ଦ୍ୱାରା ଗଣବଳାତ୍କାର ଶିକାର ହୋଇଥିଲେ। ନିକଟରେ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ଏତଲା ଗ୍ରହଣ କରିବାରେ ବିଳମ୍ବ କରିଥିବାରୁ ଏହାକୁ ନେଇ ଜନସାଧାରଣ ରାଜ୍ୟ ସରକାର ଓ ପୁଲିସକୁ କଡା ସମାଲୋଚନା କରାଯାଇଛି। ଏହି ଘଟଣାର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଛାଡିଥିବା ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories