ନୂଆଦିଲ୍ଳୀ : ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣା ସଂପର୍କୀତ ନୂତନ ଆବେଦନ ଉପରେ ଆସନ୍ତା ୧୦ତାରିଖରେ ଶୁଣାଣି କରିବା ପାଇଁ ସୁପ୍ରିମ କୋର୍ଟ ସୋମବାର ରାଜି ହୋଇଛନ୍ତି। ଏ ନେଇ ଏକ ଜନ ସ୍ୱାର୍ଥ ମାମଲା ସୁପ୍ରିମ କୋର୍ଟରେ ଦାଖଲ ହୋଇଥିଲା । ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣାରେ ୟୁପିଏ ସରକାର ଏବଂ ଏନଡିଏ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ଦରର ତୁଳନାତ୍ମକ ବିଶ୍ଳେଷଣ ଏକ ଜଉମୁଦ ଲଫାପାରେ ନ୍ୟାୟାଳୟକୁ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ. କେ କୌଲ ଏବଂ ବିଚାରପତି କେ.ଏମ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିନୀତ ଧଣ୍ଡାଙ୍କ ପକ୍ଷରୁ ଦାୟାର କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରୁଛନ୍ତି । ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣାରେ ରାଫେଲ ବିମାନର ପ୍ରକୃତ ମୂଲ୍ୟ କେତେ ରହିଛି ତାହା ସ୍ପଷ୍ଟ କରିବା ପାଇଁ ଅଦାଲତରେ ମଧ୍ୟ ଆବେଦନ କରାଯାଇଛି। ଅନ୍ୟ ପକ୍ଷରେ ଆଇନଜୀବୀ ଏମ.ଏଲ ଶର୍ମା ରାଫେଲ ବୁଝାମଣାକୁ ରଦ୍ଦ କରିବାକୁ ଆଉ ଏକ ଆବେଦନ କରିଛନ୍ତି।
ରାଫେଲ ବୁଝାମଣା : ସୁପ୍ରିମ କୋର୍ଟରେ ୧୦ ତାରିଖରେ ଶୁଣାଣି
Popular Categories



