ରୁଷ୍: ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକା ସାମିଲ ହେବ ବୋଲି ବିଚାର କରୁଛି। ବୁଧବାର ଆମେରିକା ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଇସ୍ରାଏଲସ୍ଥିତ ଆମେରିକା ଦୂତାବାସରୁ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ଥାନାନ୍ତର କରାଯାଉଛି। ଏହି ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସାମିଲ ହେବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ଆମେରିକାର ଏପରି ପ୍ରତିକ୍ରିୟା ପରେ ରୁଷ୍ କହିଛି ଯେ ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସାମିଲ ହେଲେ ପରିଣତି ଭୟଙ୍କର ହେବ। ଗୁରୁବାର ରୁଷ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇରାନ ବିରୋଧରେ ଆମେରିକା କୌଣସି ପ୍ରକାର ସାମରିକ ପଦକ୍ଷେପ ନେବାରୁ ଦୂରେଇ ରହିବା ଉଚିତ୍। ସେହିପରି ରୁଷ୍ ପରମାଣୁ ଶକ୍ତି ସମନ୍ବୟ ମୁଖ୍ୟ କହିଛନ୍ତି ଯେ ଇରାନର ବୁସହର ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ହେଲେ ଚେେର୍ଣ୍ଣାବିଲ୍ ଭଳି ବିକିରଣ ହେବ। ବୁସ୍ହେର ପାୱାର ପ୍ଲାଣ୍ଟରେ ରୁଷ୍ ନାଗରିକମାନେ ନିଯୁକ୍ତି ଥିବାବେଳେ ସେଠାରେ କୌଣସି ପ୍ରକାର ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍ ରୁଷକୁ ପ୍ରତିଶ୍ରୁତି ଦେଇଛି।
Popular Categories



