ପୁରୀ: ଆସନ୍ତାକାଲିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ କରାଯିବ। ପ୍ରତିଦିନ ୫୦ ସେବାୟତଙ୍କ ଆର୍ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଗ୍ରାଣ୍ଡରୋଡ୍ର ଉତ୍କଳ ହୀନ୍ଦି ବିଦ୍ୟାପୀଠରେ ସେବାୟତମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍ ଟେଷ୍ଟ ଆସନ୍ତାକାଲି(ବୁଧବାର)ଠାରୁ ଆରମ୍ଭ ହେବ ଏବଂ ଏହା ଫେବୃଆରୀ ୨୭ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ୍ ଟେଷ୍ଟ କରାଯିବ। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।



