www.samajalive.in
Monday, December 8, 2025
20.1 C
Bhubaneswar

ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ, ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି । ଆହତ ମହିଳା ଜଣକ ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କୌଣସି କାରଣକୁ ନେଇ ପୁଲିସ ମହିଳାଙ୍କୁ ଘଣ୍ଟିଦ୍ୱାର ନିକଟରେ ମାଡ଼ ମାରିଥିବା ଜଣାପଡ଼ିଛି । ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ରଖିନାହିଁ ।

ସେପଟେ ଘଟଣାକୁ ନେଇ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହିଳାଙ୍କୁ ମାଡ଼ ମାରିଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ଏନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ତାହାଛଡ଼ା ଏସପି ଆହୁରି କହିଛନ୍ତି, କେଉଁ ପରିସ୍ଥିତିରେ ମହିଳାଙ୍କୁ ହାବିଲଦାର ମାଡ଼ ମାରିଛନ୍ତି ତାହାର ତଦନ୍ତ ହେବ । ଜଣେ ଏଏସପି ରାଙ୍କର ଅଧିକାରୀଙ୍କୁ ଏହି ତଦନ୍ତର ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ଆହତ ମହିଳା ଶ୍ରଦ୍ଧାଳୁ ମାଧୁରୀ ଦାସ ସୁସ୍ଥ ଥିବା କହିଛନ୍ତି ଏସପି କନୱର ବିଶାଲ ସିଂହ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories