www.samajalive.in
Monday, December 15, 2025
16.1 C
Bhubaneswar

ଗଞ୍ଜେଇ ମାଫିଆର ସମ୍ପତ୍ତି ବାଜ୍ୟାପ୍ତି

ପୁରୀ: ଗଞ୍ଜେଇ ମାଫିଆ ବାପପୁଅଙ୍କ ୩କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ବ୍ରହ୍ମଗିରି ଅଞ୍ଚଳର ବିଜୟ ପାଣି ଓ ପୁଅ ସୁଜିତଙ୍କ ସମ୍ପତ୍ତି ବାଜ୍ୟାପ୍ତ ହୋଇଛି। ପୁରୀ ପୁଲିସ ପକ୍ଷରୁ ଗଞ୍ଜେଇ ମାଫିଆ ବାପପୁଅଙ୍କ ୩ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ବାଜ୍ୟାପ୍ତ ସମ୍ପତ୍ତି ସହ ୯ଟି ଘର ଓ ପ୍ଲଟ ଆଟାଚ କରାଯାଇଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ମେ’ ୩ ତାରିଖରେ ବାପପୁଅଙ୍କୁ ପୁରୀ ପୁଲି ଗିରଫ କରିଥିଲା। ଗିରଫବେଳେ ସେମାନଙ୍କ ନିକଟରୁ ୬୨୪ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

କୁଖ୍ୟାତ ଗଞ୍ଜେଇ ମାଫିଆ ବାପ, ପୁଅ ହେଉଛନ୍ତି ବ୍ରହ୍ମଗିରିର ବିଜୟ ପାଣି(୫୦) ଓ ତାଙ୍କ ପୁଅ ସତ୍ରୁଜିତ୍ ପାଣି ଓରଫ ପିଣ୍ଟୁ(୨୩)। ଚଳିତମାସ ୩ ତାରିଖରେ ସେମାନେ ଗିରଫ ହୋଇଥିଲେ। ସେମାନଙ୍କ ଘରୁ ୬୨୪ କେଜିରୁ ଅଧିକ(ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା) ଗଞ୍ଜେଇ ଜବତ କରିଥିଲା ବ୍ରହ୍ମଗିରି ଥାନା ପୁଲିସ ଓ ଏସ୍‌ଟିଏଫ୍। ଏଥିସହ ତାଙ୍କ ଘରୁ ୪ ହାତ ତିଆରି ବୋମା ଜବତ କରାଯାଇଥିଲ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories