ଫୁଲବାଣୀ: ବହୁ ଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ରାଗିଂ ଯୋଗୁଁ ଆତ୍ମହତ୍ୟା ଘଟଣାରେ ରୁଚିକାଙ୍କୁ ନ୍ୟାୟ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି କନ୍ଧମାଳ ଜିଲା ଏବିଭିପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟିକାବାଲି କଲେଜ ଏବଂ ଫୁଲବାଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ହୋଇଛି। ଏଥିରେ ଜିଲା ପ୍ରମୁଖ ଶିବାଶିଷ ପଣ୍ଡା, ଜିଲା ସଂଯୋଜକ ରୁଦ୍ର ପ୍ରସାଦ ସେଠି, ଜିଲ୍ଲା ସହ-ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଅମିତ ବେହେରା, ରଜତ ବେହେରା, ଜ୍ୟୋତି କହଁର ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
Popular Categories



