www.samajalive.in
Tuesday, December 9, 2025
16.1 C
Bhubaneswar

ବିଭିନ୍ନ ବର୍ଗର ଶିକ୍ଷକଙ୍କ ପଦୋନ୍ନତି ଅବଧି ହ୍ରାସ ଘୋଷଣା; ମୁଖ୍ୟମନ୍ତ୍ରୀଙ୍କୁ କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୃତଜ୍ଞତା

ବାଙ୍କୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପଦୋନ୍ନତି ଅବଧିକୁ ହ୍ରାସ କରିବା ଘୋଷଣା କରିବା ପରେ ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି। ଏହି ଅବସରରେ ଶନିବାର ସ୍ଥାନୀୟ ଶିକ୍ଷକ ଭବନ ପରିସରରେ କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ବାଙ୍କୀ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ଡମପଡା ବ୍ଲକ ଶିକ୍ଷକ ସଂଘ ଏବଂ ନୂତନ ପେନ୍‍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ମିଳିତ ପରିଚାଳନାରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାଙ୍କୀ, ଡମପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଏବଂ ନୂତନ ପେନ୍‍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏଥିସହ ଦୀର୍ଘବର୍ଷ ପରେ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କ ଦାବିକୁ ଜୁଲାଇ ୩୦ ତାରିଖ ୧ ଘଟିକା ସମୟରେ ଶିକ୍ଷକଙ୍କର ପଦୋନ୍ନତି ପାଇବା ଅବଧିକୁ ଯଥାକ୍ରମେ ହ୍ରାସ କରିବା ଘୋଷଣା କରିଥିବାରୁ ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକଙ୍କର ପଦୋନ୍ନତି ପାଇବା ସୁଯୋଗ ଏକ ଖୁସିର ଖବର ବୋଲି କହିଛନ୍ତି। ଏହା ଦ୍ୱାରା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମଧ୍ୟ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୂରଣ ନିମନ୍ତେ ବ୍ୟବସ୍ଥା କରାଯାଉଛି। ସେହିପରି ପଦୋନ୍ନତି ପାଇବା ଦ୍ୱାରା ଖାଲି ପଡୁଥିବା ସ୍ଥାନରେ ଶିକ୍ଷକ ମାନଙ୍କର ନିଯୁକ୍ତି ମିଳିବା ସମ୍ପର୍କରେ ଆଲୋକପାତ କରାଯାଇଛି।

- Advertisement -

ବୈଠକରେ ବାଙ୍କୀ ଡମପଡା ବ୍ଲକ ସଭାପତି ସନ୍ତୋଷ କୁମାର ପରମଗୁରୁ, ସମ୍ପାଦକ କାର୍ତ୍ତିକ ବେହେରା, ସଦାନନ୍ଦ ମହାପାତ୍ର, ମାନସ କୁମାର ନନ୍ଦ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସରୋଜ କୁମାର ମହାପାତ୍ର, ମନୋଜ କୁମାର ଶତପଥି, ଚିତ୍ତରଂଜନ ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ବଳରାମ ମୁଦୁଲି, ଦାଶରଥି ସାହୁ ପ୍ରମୁଖ ବହୁ ବରିଷ୍ଠ ଶିକ୍ଷକ, ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି। ସୂଚନା ଅନୁଯାଇ ବିଭିନ୍ନ ବର୍ଗର ଲେଭେଲ ୫(ଏ) ,ଲେଭେଲ ୫(ବି), ଲେଭେଲ ୪ ଓ ଲେଭେଲ ୩ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପଦୋନ୍ନତି ନିମନ୍ତେ ରେସିଡେନ୍ସି ପିରିୟଡ କମାଇ ଦିଆଯାଇଛି। ବାଙ୍କୀ-ଡମପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କାର୍ତ୍ତିକ ବେହେରା ସମସ୍ତଙ୍କୁ ଉପସ୍ଥିତ ପାଇଁ ଧନ୍ୟବାଦ ଜଣାଇଛନ୍ତି। କୋଭିଡ କଟକଣା ସହିତ ଏହି ଉତ୍ସବ ସଂକ୍ଷିପ୍ତ ଭାବରେ ଅନୁଷ୍ଠିତ ହୋଇଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories